Categories: ଜାତୀୟ

ରାଜଧାନୀରେ ଏନ୍‌ଆଇଏର ଚଢାଉ, ୩ ଆଇଏସଆଇଏସ୍‌ ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହ

ନୂଆଦିଲ୍ଲୀ,୩୦।୯: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନ୍‌ଆଇଏ) ଦିଲ୍ଲୀରେ ଆଇଏସଆଇଏସ୍‌ ଆତଙ୍କବାଦୀଙ୍କୁ ଖୋଜୁଛି। ୩ ଜଣ ଆତଙ୍କବାଦୀ ରାଜଧାନୀରେ ଲୁଚି ରହିଥିବା ସନ୍ଦେହ କରାଯାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଆତଙ୍କବାଦୀଙ୍କ ନାମ ମହମ୍ମଦ ଶାହନୱାଜ ଆଲାମ, ରିଜୱାନ ଅବଦୁଲ ହାଜି ଅଲି ଏବଂ ଅବଦୁଲ୍ଲା ଫାୟାଜ ଶେଖ। ଏନଆଇଏ ସେମାନଙ୍କ ଉପରେ ପ୍ରତ୍ୟେକଙ୍କୁ ୩-୩ ଲକ୍ଷ ଟଙ୍କାର ପୁରସ୍କାର ରଖିଛି।

ନିକଟରେ ଗ୍ୟାଙ୍ଗଷ୍ଟର ଏବଂ ଖାଲିସ୍ତାନୀ ଆତଙ୍କବାଦୀଙ୍କ ବିରୋଧରେ ଏନ୍‌ଆଇଏ ଏକ ବଡ଼ ନିଷ୍ପତ୍ତି ନେଇଂ ଦେଶର ଅନେକ ରାଜ୍ୟରେ ଚଢାଉ କରିଥିଲା। ଗ୍ୟାଙ୍ଗଷ୍ଟର ସନ୍ଧାନରେ ଏନ୍‌ଆଇଏ ଦିଲ୍ଲୀ ଏନସିଆର, ଉତ୍ତରପ୍ରଦେଶ, ହରିୟାଣା, ରାଜସ୍ଥାନ, ପଞ୍ଜାବ ଏବଂ ଉତ୍ତରପ୍ରଦେଶର ୫୦ରୁ ଅଧିକ ଅଞ୍ଚଳରେ ଚଢାଉ କରିଥିଲା।

Share