ନୂଆଦିଲ୍ଲୀ,୩୧।୭: ଆତଙ୍କବାଦୀ ସଂଗଠନ ଇସ୍ଲାମିକ ଷ୍ଟେଟ୍ (ଆଇଏସ୍)ର କାର୍ଯ୍ୟକଳାପ ସମ୍ପୃକ୍ତିକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ରବିବାର ୬ ରାଜ୍ୟରେ ଚଢାଉ କରିଛି। ଏହି ଚଢାଉ ମଧ୍ୟପ୍ରଦେଶ, ଗୁଜରାଟ, ବିହାର, କର୍ନାଟକ, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ୧୩ଟି ସ୍ଥାନରେ ହୋଇଛି।
ମଧ୍ୟପ୍ରଦେଶର ଭୋପାଳ ଏବଂ ରାଇସେନ ଜିଲା, ଗୁଜରାଟର ଭରୁଚ, ସୁରଟ, ନଭସାରି ଓ ଅହମଦାବାଦ ଜିଲା, ବିହାରର ଅରାରିୟା, କର୍ନାଟକର ଭଟକଲ ଓ ଟୁମକୁର, ମହାରାଷ୍ଟ୍ରର କୋହ୍ଲପୁର ଓ ନାଣ୍ଡେଡ୍ ଏବଂ ଉତ୍ତରାଖଣ୍ଡର ଦେଓବନ୍ଦ ଜିଲାରେ ଚଢ଼ାଉ କରାଯାଇ କେତେକ ଆପରାଧିକ ଦସ୍ତାବିଜ ଜବତ କରାଯାଇଥିବା ଜଣାପଡ଼ିଛି।