Categories: ଜାତୀୟ

ଆଇଏସଆଇଏସର ନିଯୁକ୍ତି ମାମଲାରେ ତାମିଲନାଡୁ, ତେଲଙ୍ଗାନାର ୩୦ ସ୍ଥାନରେ ଏନଆଇଏର ଚଢାଉ

ନୂଆଦିଲ୍ଲୀ,୧୬।୯: ଇସ୍ଲାମିକ ଷ୍ଟେଟ ଅଫ ଇରାକ ଏଣ୍ଡ ସିରିଆ (ଆଇଏସଆଇଏସ)ର ନିଯୁକ୍ତି ମାମଲାରେ ତାମିଲନାଡୁ ଏବଂ ତେଲଙ୍ଗାନାର ୩୦ଟି ସ୍ଥାନରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଚଢାଉ କରିଛି। ବର୍ତ୍ତମାନ କୋଏମ୍ବାଟୁରର ୨୧ଟି ସ୍ଥାନ, ଚେନ୍ନାଇର ୩ଟି ସ୍ଥାନ, ହାଇଦ୍ରାବାଦ / ସାଇବରାବାଦର ୫ଟି ସ୍ଥାନ ଏବଂ ତେନକାସୀରେ ଗୋଟିଏ ସ୍ଥାନରେ ଚଢାଉ ଜାରି ରହିଛି। ଆତଙ୍କବାଦୀ ସଂଗଠନ ଆଇଏସଆଇଏସକୁ ଭାରତରେ ବିସ୍ତାର ନକରିବାକୁ ଏନଆଇଏ ନିରନ୍ତର ପଦକ୍ଷେପ ନେଉଛି।

ତାମିଲନାଡୁ ଏବଂ ତେଲଙ୍ଗାନାରେ ବ୍ୟାପିଥିବା ଆଇଏସଆଇଏସ ମଡ୍ୟୁଲ ବିରୋଧରେ ଏନଆଇଏର ଏହି ଚଢାଉ ଚାଲିଛି। ତାମିଲନାଡୁ ଏବଂ ତେଲଙ୍ଗାନାରେ ଆତଙ୍କବାଦ ବିସ୍ତାର ଷଡଯନ୍ତ୍ରରେ ଆଇଏସଆଇଏସର ଭୂମିକା ଅନୁସନ୍ଧାନ ପାଇଁ ଏନଆଇଏ ନିକଟରେ ଏକ ମାମଲା ରୁଜୁ କରିଛି। ଏହି ମାମଲା ପଞ୍ଜିକରଣ ପରେ ହିଁ ଏନଆଇଏ ଉଭୟ ରାଜ୍ୟର ୩୦ଟି ସ୍ଥାନ ଉପରେ ଚଢାଉ କରିବାକୁ ନିଷ୍ପତ୍ତି ନେଇଛି। ଏହି ଚଢାଉ ମାଧ୍ୟମରେ ଆଇଏସଆଇଏସ ସହ ଜଡିତ ଲୋକଙ୍କୁ ଧରାଯିବ, ଯେଉଁମାନଙ୍କୁ ଆତଙ୍କ ବିସ୍ତାର କରିବାର ଦାୟିତ୍ୱ ଦିଆଯାଇଛି।

 

Share