ମାଓ କାର୍ଯ୍ୟକଳାପ ସନ୍ଦେହରେ ମାଲକାନଗିରିରେ ଏନଆଇଏର ଚଢାଉ

ମାଲକାନଗିରି,୧୨।୧୨(ଦୂର୍ଯ୍ୟୋଧନ ପାତ୍ର): ମାଲକାନଗିରିରେ ଏନଆଇଏ ରେଡ୍‌ । ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା । ଭୋର ୩ଟାରୁ ରେଡ କରିଛି ହାଇଦ୍ରାବାଦର ଏନଆଇଏ ଦଳ । ମାଓ କାର୍ଯ୍ୟକଳାପ ସଂପୃକ୍ତି ନେଇ ଏହି ଚଢାଉ କରାଯାଇଥିବା ସୂଚନା ମିଳିଛି । ସେହିପରି ଛତିଶଗଡର ୨ଟି ସ୍ଥାନରେ ବି ଏନଆଇଏ ତନାଘନା ଚଳାଇଛି । ସୂଚନାଥାଉ କି, ଗତ କିଛିଦିନ ହେବ ପୁଣି ମାଲକାନଗିରି-ଛତିଶଗଡ ସୀମାନ୍ତରେ ସକ୍ରିୟ ହୋଇ ଉଠିଛନ୍ତି ମାଓବାଦୀ ।

Share