ନୂଆଦିଲ୍ଲୀ,୧୧।୧୦: ନିଷିଦ୍ଧ ସଂଗଠନ ପିଏଫଆଇ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଦେଶର ଅନେକ ସ୍ଥାନରେ ଚଢାଉ କରିଛି। ଏଥିରେ ଉତ୍ତରପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ରାଜ୍ୟ ମଧ୍ୟ ସାମିଲ ରହିଛି।
ଗତ ବର୍ଷ ଆତଙ୍କବାଦ ବିରୋଧୀ ବେଆଇନ କାର୍ଯ୍ୟକଳାପ ଅଧିନିୟମ (ୟୁଏପିଏ) ଅନୁଯାୟୀ ପିଏଫ୍ଆଇ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ନ୍ୟୁଜ ଏଜେନ୍ସି ପିଟିଆଇ ସୂତ୍ରରୁ ପ୍ରକାଶ ଯେ, ଏହି ଚଢାଉ କେସ ନମ୍ବର ୩୧/୨୦୨୨ ଅନୁଯାୟୀ କରାଯାଇଛି।
ଦିଲ୍ଲୀର ଥାନା ହୈଜ ପୋଲିସ ଷ୍ଟେଶନ ଅଞ୍ଚଳର ବଲି ମାରାନ, ରାଜସ୍ଥାନର ଟଙ୍କ, ତାମିଲନାଡୁର ମଦୁରାଇ, ଉତ୍ତରପ୍ରଦେଶର ବାରବାଙ୍କି, ଲକ୍ଷ୍ନୌ, ବାହରାଇଚ, ସୀତାପୁର ଏବଂ ହରର୍ଦଇ ସମେତ ଅନେକ ସ୍ଥାନରେ ଚଢାଉ କରାଯାଇଛି।