ଟ୍ରୋଲର୍‌ କହିଲେ ‘ଲଜ୍ଜାହୀନ’; ବ୍ୟାକ୍‌ଲେସ୍‌ ଟପ୍‌ ପିନ୍ଧି ଏଭଳି ଜବାବ ଦେଲେ ନିଆ ଶର୍ମା

ବମ୍ବେ: ଯେସାକୁ ତେସା। ଏପରି କିଛି କରିଛନ୍ତି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମା। କେତେବେଳେ ବିକିନି ତ କେତେବେଳେ ନିଜର ନିଆରା ମେକଅପ୍‌ ଏବଂ ଫ୍ୟାଶନ୍‌କୁ ନେଇ ଚର୍ଚ୍ଚାରେ ରହିଥାନ୍ତି ସେ। ନିକଟରେ ସେ ଏକ କଳା ରଙ୍ଗର ବ୍ୟାକ୍‌ଲେସ୍‌ ଟପ୍‌ ପିନ୍ଧି ଭିଡିଓ ଶେୟାର କରିଥିଲେ। ଏହାକୁ ନେଇ ତାଙ୍କୁ ଟ୍ରୋଲ କରାଯାଇଥିଲା। ଏବେ ଟ୍ରୋଲରଙ୍କ ଭାଷାରେ ଜବାବ ଦେଇଛନ୍ତି ନିଆ।

ମଙ୍ଗଳବାର ନିଜର ସୋସିଆଲ ପୃଷ୍ଠାରେ ଉକ୍ତ ପୋଷାକର ଅନ୍ୟ ଏକ ଭିଡିଓ ଶେୟାର କରି ନିଆ ‘ବ୍ୟାକ୍‌ଲେସ୍‌ ପିନ୍ଧିବା ସମୟରେ ଅସାବଧାନ ହୁଅନାହିଁ’ ବୋଲି ଲେଖିଛନ୍ତି। ଏହାଛଡ଼ା ଏକ ବ୍ରାକେଟରେ ‘ଆକୁ ବି ଓହ୍ଲାଇ ଦେ, ଲଙ୍ଗୁଳି, ଡ୍ରେସ୍‌ ନାହିଁ ନା କ’ଣ , ଲଜ୍ଜାହୀନ ବୋଲି ଲେଖିଛନ୍ତି। ଏହି ଭିଡିଓକୁ ବେଶ ପସନ୍ଦ କରାଯାଉଥିବା ବେଳେ ପ୍ରଶଂସକମାନେ ତାଙ୍କୁ ସମର୍ଥନ ଜଣାଇଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେବେ ନିଆ ବ୍ୟାକ୍‌ଲେସ୍‌ ପିନ୍ଧି ପୋଷ୍ଟ କରିଛନ୍ତି। ପୂର୍ବରୁ ଅନେକ ଥର ସେ ଏଭଳି କରିଛନ୍ତି।

ଅଭିନୟକୁ ଯଦି ଦେଖାଯାଏ ତେବେ ନିଆ ଶେଷଥର ପାଇଁ ଜି୫ର ଓ୍ବେବ୍‌ ସିରିଜ ଜମାଇ ରାଜା ୨.୦ରେ ନଜର ଆସିଥିଲେ। ଏହାଛଡ଼ା ସେ ‘ବେହନେ, ଏକ ହଜାରୋ ମେ ମେରି ବେହନା ହେ’, ଇସ୍‌ ପ୍ୟାର କୋ କ୍ୟା ନାମ ଦୁ, ଜମାଇ ରାଜା, କୁବୁଲ ହୈ, ମୈ ଦୁର୍ଗା, ଉଡାନ ସପନୋ କି, ନାଗିନ ୩-୪-୫ରେ କାମ କରିଛନ୍ତି। ଏପରିକି ସେ ଖତରୋ କେ ଖିଲାଡି ମେଡ୍‌ ଇନ୍‌ ଇଣ୍ଡିଆର ବିଜେତା ମଧ୍ୟ ହୋଇଥିଲେ।

Share