ଶୁଟିଂ ସମୟରେ ନିଆ ଶର୍ମାଙ୍କୁ ପ୍ରପୋଜ କରିଥିଲେ କୋ-ଷ୍ଟାର, ଆଉ ତା ପରେ ଘଟିଥିଲା…

ଛୋଟ ପରଦାର ପ୍ରସିଦ୍ଧ ଅଭିନେତ୍ରୀ ନିଆ ଶର୍ମା ଷ୍ଟାଇଲିଷ୍ଟ ସହ ଫ୍ୟାଶନ ଆଇକନ ମଧ୍ୟ। ନିୟାଙ୍କ ସିରିଏଲ୍‌ ‘ଏକ ହଜାରୋଁ ମେ ମେରି ବେହନା ହୈ’ର ଫଟୋ ଏବଂ ନୃତ୍ୟ ଭିଡିଓ ସୋସିଆଲ ମିଡିଆରେ ପ୍ରତିଦିନ ଭାଇରାଲ ହେବାରେ ଲାଗିଛି। ନିଆ ତାଙ୍କ ସୌନ୍ଦର୍ଯ୍ୟରେ କେବଳ ଦର୍ଶକକୁ ନୁହନ୍ତି ବଂର କୋ-ଷ୍ଟାରଙ୍କୁ ପାଗଳ କରିଦେଇଛନ୍ତି। ଏକଦା କୋ ଷ୍ଟାର ଶୁଟିଂ ସମୟରେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ପ୍ରପୋଜ କରିଥିଲେ। ଏଥିରେ ନିଆ ଆଶ୍ଚର୍ଯ୍ୟ ହୋଇଗଲେ। ନିଆ ଏକ ନୂଆ ମ୍ୟୁଜିକ ଭିଡିଓରେ କାମ କରୁଛନ୍ତି। ଏଥିରେ ଅଭିନେତା କମଲ କୁମାର ତାଙ୍କ ସହ ଅଛନ୍ତି। ଏକ ସାକ୍ଷାତକାରରେ କମଲ ଏହି କଥା କହିଥିଲେ। କମଲ କହିଛନ୍ତି ଯେ, ଶୁଟିଂ ପାଇଁ ପ୍ରସ୍ତୁତି ଚାଲିଥିଲା। ସେଟ୍‌ରେ ସଦସ୍ୟମାନେ କାର୍ଯ୍ୟରେ ବ୍ୟସ୍ତ ଥିଲେ। ସେତେବେଳେ ମୁଁ ହଠାତ ଆଣ୍ଠୁମାଡି ନିଆଙ୍କୁ ପ୍ରପୋଜ କଲି ତାଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ତା’ପରେ ମୁଁ ଏବଂ ନିଆ ହସିବାକୁ ଲାଗିଲୁ। କାରଣ ଏହା ସେଭଳି ସିରିୟସ୍‌ ନଥିଲା । କିନ୍ତୁ ନିଆ ଏତେ ସୁନ୍ଦର ତାଙ୍କୁ ପ୍ରପୋଜ କରିବାକୁ କିଏ ଚାହିଁବ ନାହିଁ। ମୁଁ ମଜା କରିବା ପାଇଁ ଏହା କରିଥିଲି, ନିଆ ମଧ୍ୟ ଏଥିରେ ମୋତେ ସମର୍ଥନ କରିଥିଲେ।

Share