ଏହି ଅଭିନେତ୍ରୀଙ୍କ କାର୍‌ ଭିତରୁ ଚୋରି ହୋଇଗଲା ହ୍ୟାଣ୍ଡ୍‌ବ୍ୟାଗ୍‌

ଛୋଟ ପରଦାର ଷ୍ଟାଇଲିସ ଏବଂ ଲୋକପ୍ରିୟ ଅଭିନେତ୍ରୀ ନିଆ ଶର୍ମାଙ୍କ ହ୍ୟାଣ୍ଡ୍‌ବ୍ୟାଗ୍‌ ଚୋରି ହୋଇଯାଇଛି। ଏନେଇ ସେ ମୁମ୍ବାଇ ପୋଲିସର ସହାୟତା ଲୋଡିଛନ୍ତି। ମୁମ୍ବାଇର ଲୋୟର ପାରେଲ ଅଞ୍ଚଳରେ ଥିବା ତାଙ୍କ କାରରେ ନିଆଙ୍କ ହ୍ୟାଣ୍ଡବ୍ୟାଗ ଚୋରି ହୋଇଥିଲା। ଖତ୍ରୋରୋଂ କେ ଖୀଲାଡି ବିଜେତା ନିଆ ମୁମ୍ବାଇ ପୋଲିସକୁ ଟୁଇଟ୍‌ କରି ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ମୁମ୍ବାଇ ପୋଲିସ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦେବା ପାଇଁ ଆଗେଇ ଆସିଛି। ତାଙ୍କ ନମ୍ବର ଦେବାକୁ ମୁମ୍ବାଇ ପୋଲିସ ନିଆଙ୍କୁ ଟୁଇଟ୍‌ କରିଛି। ଶୀଘ୍ର ଜବାବ ଦେଇଥିବାରୁ ମୁମ୍ବାଇ ପୋଲିସକୁ ନିଆ ଧନ୍ୟବାଦ ଜଣାଇଛନ୍ତି। ଗତ ମାସରେ ନିଆ ଶର୍ମା ତାଙ୍କର ୩୦ ତମ ଜନ୍ମଦିନ ପାଳନ କରିଥିଲେ। ଜନ୍ମଦିନ କେକ୍‌କୁ ନେଇ ସେ ବିବାଦରେ ଥିଲେ। ଅନେକ ପ୍ରଶଂସକ ତାଙ୍କୁ ଟ୍ରୋଲ୍‌ କରିଥିଲେ। ଏହାର ଜବାବରେ ନିଆ କହିଥିଲେ, ସୋସିଆଲ ମିଡିଆ ଟ୍ରୋଲିଂ ଉପରେ ସେ ଧ୍ୟାନ ଦିଅନ୍ତି ନାହିଁ। କେବଳ ଅବସାଦ ଦୂର ପାଇଁ ସେ ସୋସିଆଲ ମିଡିଆ ବ୍ୟବହାର କରୁଥିବା ନିଆ କହିଥିଲେ।

Share