ଏହି ହ୍ୟାଣ୍ଡସମ୍‌ଙ୍କ ପ୍ରେମରେ ପଡ଼ିଛନ୍ତି ବୋଲ୍ଡ ନିଆ ଶର୍ମା, ଲୁଚାଛପାରେ ଚାଲିଛି…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଟେଲିପରଦାର ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ଅଭିନେତା ରାହୁଲ ସୁଧୀରଙ୍କୁ ସେ ଦୀର୍ଘଦିନରୁ ଡେଟ୍‌ କରୁଛନ୍ତି। ନିଆ ଉଭୟଙ୍କ ସମ୍ପର୍କକୁ ଲୁଚାଇ ରଖିବାକୁ ଚାହୁଁଛନ୍ତି। ଏଥିପାଇଁ ଏବେ ଲୁଚାଛପାରେ ସବୁକିଛି ଚାଲିଛି। ଖୁବ୍‌ଶୀଘ୍ର ସେମାନେ ଅଫିସିଆଲି ପ୍ରଶଂସକଙ୍କୁ ଖୁସି ଖବର ଶୁଣାଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

ରାହୁଲ-ନିଆ ଓ୍ବେବ୍‌ସିରିଜ୍‌ ‘ଟ୍ବିଷ୍ଟେଡ୍‌’ରେ ଏକାଠି କାମ କରିଥିଲେ। ଉଭୟଙ୍କ ରୋମାନ୍ସ ଆଉ ଇଣ୍ଟିମେଣ୍ଟ ସିନ୍ସକୁ ଦର୍ଶକେ ବେଶ୍‌ ପସନ୍ଦ କରିଥିଲେ। ଏହାପରଠାରୁ ଉଭୟ ଡେଟ୍‌ କରିବାକୁ ଆରମ୍ଭ କରିଥିବା ଅନୁମାନ କରାଯାଉଛି।

ରାହୁଲ ଏବେ କଲର୍ସରେ ପ୍ରସାରିତ ‘ଇସ୍କ ମେ ମରଜାଓ୍ବା-୨’ରେ ନାୟକ ସାଜିଛନ୍ତି। ନିଖୁଣ ଅଭିନୟ ସାଙ୍ଗକୁ ହ୍ୟାଣ୍ଡସମ ଚେହେରା ଦର୍ଶକଙ୍କୁ ଘାଇଲା କରି ରଖିଛି। ହେଲେ ଶୁଟିଂ ବେଳେ କାହାଣୀର ନାୟିକାଙ୍କ ପ୍ରେମରେ ପଡ଼ୁଥିବା ରାହୁଲ ପରେ ନିଆଙ୍କ ସହ ଘଣ୍ଟା ଘଣ୍ଟା ଧରି ସେଟ୍‌ରେ ଗପୁଛନ୍ତି। ଏହି ସମୟରେ ଉଭୟଙ୍କୁ ଅଲଗା କରିବା ଅସମ୍ଭବ ମନେ ହେଉଛି ବୋଲି ଲୋକେ ଫୁସୁରୁଫାସର ହେଉଛନ୍ତି।

Share