କିମିଆଁ କଲେ ନିଆ

ବମ୍ବେ: ଟେଲିଭିଜନ ଷ୍ଟାର ନିଆ ଶର୍ମା ଜଣେ ଲୋକପ୍ରିୟ ଅଭିନେତ୍ରୀ ହେବା ସହ ଦମ୍‌ଦାର ନୃତ୍ୟଶିଳ୍ପୀ ମଧ୍ୟ । ଏବେ ସେ କୌଣସି ଧାରାବାହିକରେ ନଜର ଆସୁ ନ ଥିଲେ ହେଁ ପ୍ରଶଂସକଙ୍କ ମନୋରଞ୍ଜନ କରିବାକୁ ଭୁଲୁ ନାହାନ୍ତି । ସୋସିଆଲ ମିଡିଆରେ ନିଆ ନିଜର ଫଟୋ ଓ ଅନେକ ଭିଡିଓ ପୋଷ୍ଟ କରଆସୁଛନ୍ତି । ସେଭଳି ଏକ ଭିଡିଓ ଏବେ ଚର୍ଚ୍ଚାରେ ।

ନିକଟରେ ନିଆ ତାଙ୍କ ଇନଷ୍ଟାଗ୍ରାମରେ ନୃତ୍ୟ କରୁଥିବାର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ତାଙ୍କର ଚମକାଇବା ଭଳି ନୃତ୍ୟଶୈଳୀକୁ ଦେଖି ଅନେକ ଚକିତ ହୋଇଛନ୍ତି । ଜଣେ ପୋଖତ ନୃତ୍ୟଶିଳ୍ପୀ ଭାବେ ନିଆ ‘ଡ୍ୟାନ୍ସ ଦିଓ୍ବାନେ’ ସେମିଫାଇନାଲିଷ୍ଟ ଶ୍ୱେତା ଶାରଦାଙ୍କ ସହ ନାଚୁଛନ୍ତି । ପ୍ରଶଂସକଙ୍କୁ ନିଆଙ୍କ ଏହି ଡ୍ୟାନ୍ସ ଭିଡିଓ ବେଶ ପସନ୍ଦ ଆସୁଛି।

ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ସହକର୍ମୀ ଏବଂ ପ୍ରଶଂସକ ସମସ୍ତେ ପ୍ରତିକ୍ରିୟା ଦେଉଛନ୍ତି। ରୋନିତ ରୟ ଲେଖିଛନ୍ତି, ‘ମୁଁ ଜାଣି ନ ଥିଲି ତୁମେ ଏତେ ଭଲ ନୃତ୍ୟ କର। ବହୁତ ସୁନ୍ଦର । ଶ୍ୱେତାଙ୍କ ସହ ନାଚିବା ବହୁତ କଷ୍ଟକର। ହେଲେ ତୁମେ ଭଲଭାବେ କରିପାରିଛ।’ ସେହିଭଳି ଜଣେ ପ୍ରଶଂସକ ଲେଖିଛନ୍ତି, ‘ଏ ଝିଅ ଆମକୁ ପାଗଳ କରିଦେବ। ବହୁତ ସୁନ୍ଦର ନିଆ। ’

Share