Categories: ଜାତୀୟ

କେରଳ ଟ୍ରେନ୍‌ ଯାତ୍ରୀ ପୋଡ଼ି ମାମଲାର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୯ା୪: କେରଳ ଟ୍ରେନ୍‌ ଯାତ୍ରୀଙ୍କ ଦେହରେ ନିଆଁ ଲଗାଇଦେବା ମାମଲାରେ ଗିରଫ ଅଭିଯୁକ୍ତ ଶାରୁଖ ସୈଫିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏହା ଆତଙ୍କବାଦ ମାମଲା ବୋଲି ସ୍ପଷ୍ଟ ହୋଇଛି। ଏନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ମାମଲାର ତଦନ୍ତ ଦାୟିତ୍ୱ ନେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଗିରଫ ପରେ କୋଝିକୋଡ୍‌ ମେଡିକାଲ କଲେଜ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅଭିଯୁକ୍ତ ସୈଫିଙ୍କୁ ଏନ୍‌ଆଇଏର କେତେକ ଅଧିକାରୀ ଜେରା କରିଥିବା ଜଣାପଡିଛି। ଏନେଇ ତଦନ୍ତକାରୀ ସଂସ୍ଥା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ସବିଶେଷ ରିପୋର୍ଟ ପ୍ରଦାନ କରିବ।

Share