ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲାର ରାୟ ଶୁଣାଇଲେ କୋର୍ଟ

ନୟାଗଡ଼,୬।୨: ବହୁଚର୍ଚ୍ଚିତ ନୟାଗଡ଼ ପରୀ ବଳାତ୍କାର ହତ୍ୟା ମାମଲା ରାୟ ମଙ୍ଗଳବାର ଆସିଛି। ପରୀ ହତ୍ୟାକାଣ୍ଡରେ ନୟାଗଡ଼ ଚିଲ୍‌ଡ୍ରେନ୍‌ କୋର୍ଟ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୦ରେ ପରୀ ଘଟଣା ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ପରୀ ନିଖୋଜ ହୋଇଯାଇଥିଲେ। ନିଖୋଜର ୧୦ ଦିନ ପରେ ତାଙ୍କ ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।

Share