ମିସ୍‌ ୟୁନିଭର୍ସ ୨୦୨୩ ଟାଇଟଲ ଜିତିଲେ ଶେନିସ ପାଲାଓସିସ୍‌

ମିସ୍‌ ୟୁନିଭର୍ସ(ବ୍ରହ୍ମାଣ୍ଡ ସୁନ୍ଦରୀ)୨୦୨୩ ଟାଇଟଲ ଜିତିଛନ୍ତି ନିକାରାଗୁଆର ଶେନିସ ପାଲାସିଓସ୍‌। ୭୨ତମ ମିସ୍‌ ୟୁନିଭର୍ସ ପ୍ରତିଯୋଗିତା ଫାଇନାଲ ରବିବାର ଅଲ ସାଲ୍ବାଡୋରର ରାଜଧାନୀ ସାନ ସାଲ୍ବାଡୋରରେ ଅନୁଷ୍ଠିତ ହୋଇଥିଲା। ୯୦ ଦେଶର ପ୍ରତିଯୋଗୀ ଏଥିରେ ପ୍ରତିନିଧିତ୍ୱ କରିଥିଲେ। ଶୀର୍ଷ ୩ ସ୍ଥାନରେ ଥାଇଲାଣ୍ଡର ଆନ୍ଟୋନିଆ ପୋର୍‌ସିଲ୍ଡ, ଅଷ୍ଟ୍ରେଲିଆର ମୋରାୟା ଉଇଲସନ୍‌ ଏବଂ ନିକାରାଗୁଆର ଶେନିସ ପାଲାସିଓସ୍‌ ପହଞ୍ଚିଥିଲେ। ଶେଷରେ ଶେନିସ ବାଜି ମାରି ଏହି ପ୍ରତିଯୋଗିତାକୁ ଜିତିଛନ୍ତି।

ପ୍ରତିଯୋଗିତାରେ ଭାରତର ମିସ୍‌ ୟୁନିଭର୍ସ ଇଣ୍ଡିଆ ଶ୍ୱେତା ଶାରଦା ଏବଂ ମିସ୍‌ ୟୁନିଭର୍ସ ପାକିସ୍ତାନ ଏରିକା ରବିନ ଏହାର ଶୀର୍ଷ ୧୦ ଲାଗି ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଥିଲେ। ହେଲେ ଉଭୟ ଶୀର୍ଷ ୨୦ରେ ସ୍ଥାନ ପାଇ ନିଜ ଦେଶକୁ ଗୌରବାନ୍ବିତ କରିଥିଲେ। ଭାରତୀୟ ସମୟାନୁସାରେ ସକାଳ ୬.୩୦ରେ ଏହି ଫାଇନାଲ ମୁକାବିଲା ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

‘କଶ୍ମୀର ଆମର ଥିଲା, ଅଛି ଏବଂ ରହିବ, ଆଗାମୀ ଛୁଟିରେ ସେଠାକୁ ହିଁ ଯିବି’

ମୁମ୍ବାଇ: ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ନିର୍ଦ୍ଦୋଶ ନାଗରିକ। ଏହାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ବର ଗୁଞ୍ଜରିତ ହେଉଛି। ସାଧାରଣଲୋକଠାରୁ ଆରମ୍ଭ...

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ...

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା...

IPLର ଗୋଟିଏ ମ୍ୟାଚ୍‌ ପାଇଁ ମୋଟାଅଙ୍କର ଦରମା ନିଅନ୍ତି ଅମ୍ପାୟାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୪: ଭାରତରେ କ୍ରିକେଟରମାନେ ଘରୋଇ, ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ଏଠାରେ ଅମ୍ପାୟାରମାନେ ମଧ୍ୟ ଟଙ୍କା ରୋଜଗାର କରିବାରେ ପଛରେ...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

ଫାଇନାଲ ମୋଡରେ ଯୁଦ୍ଧ, ପାକିସ୍ତାନ ଛାନିଆ, ଚାଇନାଠାରୁ ଆଣିଲା ମାରାତ୍ମକ ଯୁଦ୍ଧାସ୍ତ୍ର

ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକ୍‌ ଉତ୍ତେଜନା ବୃଦ୍ଧି ପାଉଥିବା ମଧ୍ୟରେ, ପାକିସ୍ତାନ ଚାଇନା ଠାରୁ 100 ରୁ ଅଧିକ PL-15 ଲମ୍ବା ରେଞ୍ଜ ଏୟାର-ଟୁ-ଏୟାର...

ଭାରତ ଛାଡିବେ ବଲିଉଡର ଏହି ଚର୍ଚ୍ଚିତ ପାକିସ୍ତାନୀ କଳାକାର! ଆଗକୁ ହେବ କ’ଣ…

ନୂଆଦିଲ୍ଲୀ,୨୬।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ନାଗରିକ, ମୁଖ୍ୟତଃ ପର୍ଯ୍ୟଟକ, ପ୍ରାଣ ହରାଇଛନ୍ତି। ଏହି ଘଟଣା ଭାରତ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image