Categories: ଖେଳ

୮ ବର୍ଷରୁ ହକି ଖେଳିବା ଆରମ୍ଭ କରିଥିଲେ ନିକୋଲସ୍‌

ରାଉରକେଲା ଅଫିସ, ୧୬।୧: ମାତ୍ର ୮ ବର୍ଷ ହୋଇଥିବା ବେଳେ ଇଂଲଣ୍ଡର ଖେଳାଳି ନିକୋଲସ ବାଣ୍ଡୁରକ ହକି ଖେଳ ଆରମ୍ଭ କରିଥିଲେ। ନିକୋଲସଙ୍କ ମା’ ଫିଲ ବାଣ୍ଡୁରକ ଜଣେ ହକି ଖେଳାଳି ହୋଇଥିବାରୁ ସେ ତାଙ୍କ ପୁଅକୁ ହକି ଖେଳିବା ପାଇଁ ପ୍ରେରିତ କରିଥିଲେ। ବାପା ଜନ୍‌ ବାଣ୍ଡୁରକ ଜଣେ ବ୍ୟବସାୟୀ ଏବଂ ସେ ଇଂଲଣ୍ଡର କାନକ ସହରରେ ବାସ କରନ୍ତି। ନିକୋଲସଙ୍କ ଦୁଇ ଭାଇ ଥିବାବେଳେ ସେ ହେଉଛନ୍ତି ଘରର ମଝିଆ ପୁଅ। ଇଂଲଣ୍ଡ ଦଳରୁ ନିକୋଲସ ଡିଫେଣ୍ଡର ଖେଳାଳି ଭାବେ ଖେଳୁଥିବାବେଳେ ତାଙ୍କୁ ସମର୍ଥନ କରିବା ପାଇଁ ତାଙ୍କ ବାପା ଜନ ଓ ମା’ ଫିଲ ରବିବାର ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ଚତ୍ଥିଲେ। ଇଂଲଣ୍ଡ ଦଳ ବିଶ୍ୱକପ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ୱେଲ୍ସକୁ ୫-୦ରେ ପରାସ୍ତ କରି ବିଜୟଯାତ୍ରା ଆରମ୍ଭ କରିଥିବାବେଳେ ଦଳ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବେ ବୋଲି ନିକୋଲସଙ୍କ ମା’ କହିଥିଲେ। ଭାରତ ତାର ଘରୋଇ ମାଟିରେ ଖେଳୁଥିବାରୁ ବେଶୀ ଦର୍ଶକଙ୍କ ସମର୍ଥନ ରହିବ ବୋଲି ସେ ମତ ଦେଇଥିଲେ। ଆମ ପୁଅ ନିକୋଲସ ଭଲ ଖେଳ ପ୍ରଦର୍ଶନ ସାଙ୍ଗକୁ ଇଂଲଣ୍ଡ ଦଳକୁ ସମର୍ଥନ କରିବା ପାଇଁ ଆମେ ଇଂଲଣ୍ଡରୁ ଆଜିକୁ ଏକ ସପ୍ତାହ ହେବ ରାଉରକେଲା ଆସି ରହିଛୁ ବୋଲି ନିକୋଲସଙ୍କ ବାପା ଜନ କହିଥିଲେ।
-ରିପୋର୍ଟ: ଦିନେଶ ମିଶ୍ର

Share