ନିକ୍‌ଙ୍କ କଥା ମନେ ପକାଇ ଫଟୋ ଶେୟାର କଲେ ଏକ୍ସ ଗର୍ଲଫ୍ରେଣ୍ଡ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ହଲିଉଡ ଗାୟକ ନିକ୍‌ ଜୋନାସ ନିଜର ବୈବାହିକ ଜୀବନକୁ ନେଇ ବେଶ୍‌ ହସଖୁସିରେ ସମୟ କାଟୁଛନ୍ତି। ପ୍ରିୟଙ୍କାଙ୍କୁ ବିବାହ କରିବା ପୂର୍ବରୁ ନିକ୍‌ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ରହୁଥିଲେ। ସେତେବେଳେ ତାଙ୍କ ନାମ ହଲିଉଡ୍‌ର କେତେକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲା। ଏମାନଙ୍କ ମଧ୍ୟରୁ ଜଣାଶୁଣା ଗାୟିକା ମାଇଲି ସାୟରସ ହେଉଛନ୍ତି ଜଣେ।

ମାଇଲ ଏବଂ ନିକ୍‌ଙ୍କ ମଧ୍ୟରେ ପ୍ରେମସମ୍ପର୍କ ରହିଥିଲା। ମାଇଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହୁଛନ୍ତି। ଏବେ ସେ ଥ୍ରୋବ୍ୟାକ୍‌ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଫଟୋକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଫଟୋରେ ନିକ୍‌ ଏକ ଦୋଳିରେ ବସିଥିବା ନଜର ଆସିଛନ୍ତି। ଦୁଇଜଣ ଏଥିରେ ବହୁତ ୟଙ୍ଗ ଦେଖାଯାଉଛନ୍ତି। ମାଇଲ ଏହି ଫଟୋ ଶେୟାର କରି କ୍ୟାପଶନ ବି ଲେଖିଛନ୍ତି, ତୁମକୁ ଏଠାରେ ରହିବାର ଥିଲା। ମାଇଲଙ୍କ ଏହି ଫଟୋ ଏବଂ କ୍ୟାପଶନକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି।

Share