ପିସିଙ୍କ ସ୍ବାମୀ ନିକ୍‌ଙ୍କ ଜୀବନ ପ୍ରତି ବିପଦ! କନସର୍ଟ ଅଧାରୁ ଷ୍ଟେଜ୍‌ ଛାଡ଼ି ଦୌଡ଼ିଲେ…

ଲଣ୍ଡନ: ବଲିଉଡ୍‌ର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ତଥା ପପ୍‌ଷ୍ଟାର ନିକ୍‌ ଜୋନାସଙ୍କ ଜୀବନ ପ୍ରତି ବିପଦ। ନିକଟରେ ‘ଜୋନାସ୍‌ ବ୍ରଦର୍ସ’ଙ୍କର ଏକ କନ୍‌ସର୍ଟ ସମୟରେ ସେଭଳି କିଛି ଘଟଣା ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ଏହାର ଭିଡିଓ ଭାଇରାଲ ହେଉଛି।

ମଙ୍ଗଳବାର ପରାଗ୍ବେରେ କନସର୍ଟ ସମୟରେ ନିକ୍‌ଙ୍କ ଉପରେ ଏକ ଲେଜର୍‌ ଲାଇଟ୍‌ ପଡ଼ିଥିଲା। ଏହାକୁ ସେ ଲକ୍ଷ୍ୟ କରିବା ପରେ ନିଜର ସୁରକ୍ଷାକର୍ମୀଙ୍କୁ ଇଙ୍ଗୀତ କରିଥିଲେ। କେବଳ ସେତିକି ନୁହେଁ ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଦର୍ଶକଙ୍କୁ ଚକିତ କରିଥିଲା। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।

ଭାଇରାଲ ଭିଡିଓରେ ନିକ୍‌ ‘ଟାଇମ୍‌ ଆଉଟ୍‌’ ବୋଲି ଇଙ୍ଗୀତ କରି ଷ୍ଟେଜ୍‌ରୁ ଦୌଡ଼ି ପଳାଇଥିଲେ। ‘ଜୋନାସ୍‌ ବ୍ରଦର୍ସ’ଙ୍କୁ କିଛି ସମୟ ପାଇଁ ଶୋ’ ରୋକିବାକୁ ପଡ଼ିଥିଲା। କାରଣ ଦର୍ଶକ ଗ୍ୟାଲେରିରୁ କେହି ଲେଜର୍‌ ପକାଇ ଟାର୍ଗେଟ କରିଥିଲେ। ସେହି ବ୍ୟକ୍ତି ଧରାପଡ଼ିବା ପରେ ଶୋ’ ପୂର୍ବବତ୍‌ ଚାଲିଥିଲା। ସମସ୍ତେ ସୁରକ୍ଷିତ ରହିଥିଲେ ହେଁ ବଲିଉଡ୍‌ ଭଳି ହଲିଉଡ଼ରେ ମଧ୍ୟ କଳାକାରଙ୍କ ଜୀବନ ବିପଦରେ ବୋଲି ଅନେକେ ପ୍ରତିକ୍ରିୟା ରଖୁଛନ୍ତି।

ଅପରପକ୍ଷେ ଘଟଣା ସମ୍ପର୍କରେ ନିକ୍‌ କିମ୍ବା ତାଙ୍କ ଭାଇମାନଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିିଁ। ରବିବାର ପ୍ୟାରିସରେ ତାଙ୍କ ଶେଷ ଶୋ’ ରହିଥିଲା। ଏବେ ଏଭଳି ଘଟଣା ଘଟିବା ଯୋଗୁ ପିସିଙ୍କ ପ୍ରଶଂସକ ମଧ୍ୟ ଚିନ୍ତାରେ ରହୁଛନ୍ତି। ଏଥିସହ ତାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛନ୍ତି।

ଭିଡିଓ:

 

View this post on Instagram

 

A post shared by Jonas Daily News (@jonasdailynews_)


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ବାଲକୋନିରୁ ଖସି ପଡ଼ି ଲୋକପ୍ରିୟ ହଲିଉଡ୍‌ ଷ୍ଟାରଙ୍କ ମୃତ୍ୟୁ, ପ୍ରଶଂସକ ସ୍ତବ୍ଧ !

ମୁମ୍ବାଇ: ‘ଓ୍ବାନ୍‌ ଡାଇରେକ୍ସନ’ ବ୍ୟାଣ୍ଡର ପୂର୍ବତନ ସଦସ୍ୟ ଲିଆମ୍‌ ପେନ୍‌ଙ୍କ ଦେହାନ୍ତ ହୋଇଛି। ବୁଧବାର ଆର୍ଜେଣ୍ଟିନାର ବୁଏନୋସ୍‌ ଆଇରେସ୍‌ରେ ଥିବା ନିଜ ହୋଟେଲର ବାଲକୋନି ଖସି...

ଫେମିନା ମିସ ଇଣ୍ଡିଆ ୨୦୨୪ର ଟାଇଟଲ ଜିତିଲେ ନିକିତା ପୋରୱାଲ, ଏହି ଫିଲ୍ମରେ ଆସିବେ ନଜର

ନୂଆଦିଲ୍ଲୀ,୧୭।୧୦: ଫେମିନା ମିସ ଇଣ୍ଡିଆ ୨୦୨୪ର ଗ୍ରାଣ୍ଡ ଫାଇନାଲ ଅକ୍ଟୋବର ୧୬ରେ ଆୟୋଜିତ ହୋଇଯାଇଛି। ଭାରତର ଏହି ମୋଷ୍ଟ ଆଇକନିକ ବିୟୁଟି ପେଜେଣ୍ଟର ୬୦ ତମ...

ଅଭିଷେକଙ୍କ ସହ ନିର୍ବନ୍ଧ ରୋକିବାକୁ ଚାହୁଁଥିଲେ ଐଶ୍ୱର୍ଯ୍ୟା! ହେଲା ବଡ଼ ଖୁଲାସା…

ବମ୍ବେ: ଗତ କିଛିଦିନ ଧରି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ଏବଂ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ପରସ୍ପରଠାରୁ ଅଲଗା...

ସୁପରଷ୍ଟାର ସଲମାନଙ୍କ ପଛରେ କାହିଁକି ପଡ଼ିଛି ବିଶ୍ନୋଇ ଗ୍ୟାଙ୍ଗ? ପୁରା ଘଟଣାକ୍ରମକୁ ଜାଣନ୍ତୁ…

ବମ୍ବେ: ଜଣେ ବଲିଉଡ୍‌ ସୁପରଷ୍ଟାର ତ ଅନ୍ୟଜଣେ ଅଣ୍ଡରଓ୍ବାଲ୍ଡର ବଡ଼ ଗ୍ୟାଙ୍ଗଷ୍ଟର। ଫିଲ୍ମ କାହାଣୀ ହୋଇଥିଲେ ଗ୍ୟାଙ୍ଗଷ୍ଟରଙ୍କ ମୃତ୍ୟୁ ହୋଇଥାନ୍ତା, ହିରୋ ଜିତି ହୋଇଥାନ୍ତା ହାପି...

ବାବା ସିଦ୍ଧକିଙ୍କ ପରେ ଏବେ ବିଶ୍ନୋଇ ଗ୍ୟାଙ୍ଗ ଟାର୍ଗେଟରେ ମୁନାଓ୍ବର ଫାରୁକି

ବମ୍ବେ: ପୁଣି ଚର୍ଚ୍ଚାରେ ରିଆଲିଟି ଶୋ’ ବିଗ୍‌ ବସ୍‌ ୧୭ ବିଜେତା ମୁନାଓ୍ବର ଫାରୁକି। ଏଥର କିନ୍ତୁ ବିଷୟ ବ୍ୟକ୍ତିଗତ କିମ୍ବା କର୍ମ ଜୀବନକୁ ନେଇ...

‘ଦୋ ପତ୍ତି’ ଟ୍ରେଲର ଆଉଟ

ମୁମ୍ବାଇ: ଅଭିନେତ୍ରୀ କାଜୋଲ, କ୍ରିତି ସାନନ୍‌ ଓ ଅଭିନେତା ଶାହିର ଶେଖ୍‌ଙ୍କ ଅଭିନୀତ ‘ଦୋ ପତ୍ତି’ ଟ୍ରେଲରକୁ ସୋମବାର ଜାରି କରାଯାଇଛି। ୨ ମିନିଟ ୩୬ ସେକେଣ୍ଡ...

ଆଖିବୁଜିଲେ ପ୍ରସିଦ୍ଧ ଅଭିନେତା

ଜଣାଶୁଣା ଅଭିନେତା ଅତୁଲ ପାରଚୁରେଙ୍କ ୫୭ ବର୍ଷ ବୟସରେ ଦେହାନ୍ତ ହୋଇଛି। ସେ କ୍ୟାନସର୍‌ରେ ପୀଡିତ ଥିଲେ। ସେ ‘ଦି କପିଲ ଶର୍ମା ଶୋ’ ସମେତ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର କନଫର୍ମ! ବଡ଼ ସଙ୍କେତ ଦେଲେ ଅମିତାଭ ବଚ୍ଚନ, ଯାହାକୁ ନେଇ…

ମୁମ୍ବାଇ: ଦୀର୍ଘ ଦିନ ଧରି ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ମଧ୍ୟରେ ଛାଡପତ୍ର ଖବର ଚର୍ଚ୍ଚାରେ ରହିଛି। କୁହାଯାଉଛି ଯେ ଉଭୟ ଅଲଗା ହେବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri