ପ୍ରିୟଙ୍କାଙ୍କ ପାଇଁ ଗୀତ ଲେଖୁଛନ୍ତି ନିକ୍‌

ମୁମ୍ବାଇ: ବଲିଉଡ୍ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ପୁସ୍ତକକୁ ନେଇ ଅଛନ୍ତି ଚର୍ଚ୍ଚାରେ । ତେବେ ଆମେରିକୀୟ ସିଙ୍ଗର ନିକ୍ ଜୋନସଙ୍କୁ ବିବାହ କରିବା ପରଠାରୁ ଏହି ଯୋଡି ଅଧିକାଂଶ ସମୟରେ ଆସି ଯାଆନ୍ତି ଚର୍ଚ୍ଚାକୁ । ନିକ୍ ଜଣେ ଭଲ ସିଙ୍ଗର ହୋଇଥିବା ବେଳେ ବିଶ୍ୱରେ ରହିଛନ୍ତି ତାଙ୍କର କୋଟି କୋଟି ପ୍ରଶଂସକ । ଏବେ ନିକ୍ ତାଙ୍କ ନୂଆ ଗୀତ ‘ସ୍ପେସମ୍ୟାନ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ତେବେ ଏହି ଗୀତ ପୂର୍ବରୁ ସେ ଏକ ସାକ୍ଷାତ୍‌କାରରେ ଏମିତି କିଛି କଥା କହିଛନ୍ତି ଯାହା ତାଙ୍କ ପ୍ରଶଂସକଙ୍କୁ ପସନ୍ଦ ଆସିଛି । ନିକ୍ କହିଛନ୍ତି ଏବେ ସେ ଅଧିକାଂଶ ଗୀତ ପ୍ରିଙ୍କାଙ୍କ ପାଇଁ ଲେଖୁଛନ୍ତି । କାରଣ ମୋର ଅଧିକାଂଶ ଗୀତ ତାଙ୍କୁ ପସନ୍ଦ ଆସୁଥିବା ବେଳେ ଗୀତ ଗୁଡିକ ତାଙ୍କ ପାଇଁ ସତେ ଯେପରି ପ୍ରେମ ପତ୍ର । ମୋତେ ଲାଗେ ମୋ ଶବ୍ଦ ମ୍ୟୁଜିକ ବିନା ଯେମିତି ଅଧା । ସେଥିପାଇଁ ଅଧିକାଂଶ ସମୟରେ ମୁଁ ଷ୍ଟୁଡିଓ ଚାଲିଯାଇଥାଏ । ଆଉ ଏଥିରେ ପ୍ରିୟଙ୍କା ଖୁବ୍ ଖୁସି ହୋଇଥାଆନ୍ତି ଯାହା ମୋ ପାଇଁ ଜରୁରୀ । ସାକ୍ଷାତ୍‌କାର ସମୟରେ ନିକ୍ ଆଉ ଏକ କଥା ବି କହିଛନ୍ତି । ଯେତେବେଳେ ପ୍ରିୟଙ୍କା ୟୁକେରେ ଶୁଟିଂରେ ବ୍ୟସ୍ତ ଥିଲେ ଓ ତାଙ୍କଠାରୁ ଦୂରରେ ଥିଲେ ସେତେବେଳେ ସେ ତାଙ୍କ ଫିଲିଙ୍ଗସ୍‌କୁ ଗୀତ ମାଧ୍ୟମରେ ରେକର୍ଡ କରିଛନ୍ତି । ଏମିତିରେ ବି ପ୍ରିୟଙ୍କା ନିକ୍‌ଙ୍କୁ ବହୁତ ଭଲ ପାଆନ୍ତି । ସେ ତାଙ୍କ ପୁସ୍ତକ ‘ଅନଫିନିସ୍‌ଡ’ରେ ନିକଙ୍କ ସମ୍ପର୍କରେ ବହୁତ କିଛି ଲେଖିଛନ୍ତି ।

Share