Categories: ଫୁରସତ

ଗ୍ରହମାନଙ୍କ ନିକ୍‌ ନେମ୍‌

ଗ୍ରହମାନଙ୍କର ବିଭିନ୍ନ ରଙ୍ଗ ଓ ସେମାନଙ୍କ ସମ୍ପର୍କରେ ବିଭିନ୍ନ ଆଶ୍ଚର୍ଯ୍ୟଜନକ ଭୌଗୋଳିକ ତଥ୍ୟକୁ ଆଖି ଆଗରେ ରଖି ବିଭିନ୍ନ ନିକ୍‌ ନେମ୍‌ ବା ଡାକନାମ ରଖାଯାଇଛି। ଜାଣିବା କେତେକ ଗ୍ରହ ମାନଙ୍କ ନିକ୍‌ ନେମ୍‌ ସମ୍ପର୍କରେ…
ବ୍ଲୁ ପ୍ଲାନେଟ୍‌: ପୃଥିବୀପୃଷ୍ଠରେ ୭୦%ରୁ ଊର୍ଦ୍ଧ୍ୱ ବିଶାଳ ମହାସାଗର ବା ଜଳଭାଗ ରହିଛି। ମହାକାଶରେ ରହି ଦୂରରୁ ଦେଖିଲେ ଏହି ଜଳଭାଗ ଉପସ୍ଥିତି ଯୋଗୁ ପୃଥିବୀ ଏକ ନୀଳ ରଙ୍ଗର ବଲ୍‌ ଭଳି ଦେଖାଯାଏ, ଯେଉଁଥିପାଇଁ ଏହାର ନାମ ବ୍ଲୁ ପ୍ଲାନେଟ୍‌ ରଖାଯାଇଛି।
ଗ୍ୟାସ୍‌ ଜିଆଣ୍ଟ: ସୌରମଣ୍ଡଳର ବୃହତ୍ତମ ଗ୍ରହ ବୃହସ୍ପତି। ଏହାର ଭଉଁରି ସଦୃଶ ରଙ୍ଗିନ ବାଦଲ, ଲାଲ୍‌ ରଙ୍ଗର ବଡ଼ ବଡ଼ ଚିହ୍ନ ଏବଂ ଏହାର ଝଡ଼ବତାସ ଭଳି ଗତିଶୀଳ ବାୟୁମଣ୍ଡଳ ସେଠାରେ ପ୍ରବଳ ପ୍ରାକୃତିକ ଗ୍ୟାସ୍‌ ଥିବା ଦର୍ଶାଇଥାଏ। ତେଣୁ ଏହାର ନାମ ଜିଆଣ୍ଟ ଗ୍ୟାସ୍‌ ରଖାଯାଇଛି।
ରେଡ୍‌ ପ୍ଲାନେଟ୍‌: ମଙ୍ଗଳ ଗ୍ରହରେ ଥିବା ମାଟିରେ ଲୌହର ପରିମାଣ ଖୁବ୍‌ ଅଧିକ ହୋଇଥିବାରୁ ଏହାର ରଙ୍ଗ ଲାଲ୍‌। ମହାକାଶରୁ ଏହି ଗ୍ରହକୁ ଦେଖିଲେ ଏକ ଲାଲ୍‌ ରଙ୍ଗର ବଲ୍‌ ସଦୃଶ ଦେଖାଯାଇଥାଏ, ଯେଉଁଥିପାଇଁ ଏହାକୁ ରେଡ୍‌ ପ୍ଲାନେଟ୍‌ କୁହାଯାଏ।
ମର୍ନି ଷ୍ଟାର୍‌/ ଇଭିନିଂ ଷ୍ଟାର୍‌: ଶୁକ୍ର ଗ୍ରହ ହେଉଛି ଆମ ସୌରମଣ୍ଡଳର ଏକମାତ୍ର ଏମିତି ଗ୍ରହ, ଯାହା ଏକ ବଡ଼ ଉଜ୍ଜ୍ୱଳ ତାରା ଭଳି ସଂଧ୍ୟା ହେବା ବେଳେ ପ୍ରଥମେ ଏବଂ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଆକାଶରେ ଦେଖାଦେଇଥାଏ, ଯେଉଁଥିପାଇଁ ଏହାକୁ ମର୍ନିଂ କିମ୍ବା ଇଭିନିଂ ଷ୍ଟାର୍‌ ବୋଲି ମଧ୍ୟ କୁହାଯାଇଥାଏ।
ରିଙ୍ଗ୍‌ଡ ପ୍ଲାନେଟ୍‌: ଶନିଗ୍ରହର ଚାରିପଟେ ବରଫ ଖଣ୍ଡ, ଧୂଳିକଣା, ପଥରଖଣ୍ଡ ଦ୍ୱାରା ପ୍ରସ୍ତୁତ ମୋଟା ବଳୟ ରହିଛି, ଯାହାକି ମହାକାଶରୁ ଦେଖିଲେ ସ୍ପଷ୍ଟ ଭାବେ ଏକ ରିଙ୍ଗ ପରି ଦେଖାଯାଉଥିବାରୁ ଏହାକୁ ରିଙ୍ଗ୍‌ଡ ପ୍ଲାନେଟ୍‌ କୁହାଯାଇଥାଏ।

Share