ବଲିଉଡ୍‌ରେ ଏଣ୍ଟ୍ରି କରିବେ ନିକ୍‌!

ମୁମ୍ବାଇ: ବଲିଉଡ୍‌ର ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସ୍ବାମୀ ନିକ୍‌ ଜୋନାସ ଖୁବ୍‌ଶୀଘ୍ର ବଲିଉଡ୍‌ରେ ପ୍ରବେଶ କରିବେ । ନିକଟରେ ଏକ ସାକ୍ଷାତକାରରେ ନିକ୍‌ ବଲିଉଡ ଫିଲ୍ମର ବେଶ୍‌ ପ୍ରଶଂସା କରିଛନ୍ତି। ଆଉ ସେ କହିଛନ୍ତି ଯେ, ଏଠାକାର ଫିଲ୍ମ ବେଶ୍‌ ପ୍ରେରଣାଦାୟକ। ଯଦି ତାଙ୍କୁ ଭଲ ଚରିତ୍ର ପାଇଁ ଅଫର ମିଳେ, ତେବେ ସେ ଏଥିପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ନିକ୍‌ କହିଛନ୍ତି।

ଗତ କିଛି ବର୍ଷ ଧରି ସ୍ତ୍ରୀ ପ୍ରିୟଙ୍କାଙ୍କ ସହ ରହି ସେ ବଲିଉଡର ବହୁତ ନିକଟତର ହୋଇ ଯାଇଛନ୍ତି । ବଲିଉଡ୍‌ ଇଣ୍ଡଷ୍ଟ୍ରିକୁ ସେ ଏକ ଚମତ୍କାର ଇଣ୍ଡଷ୍ଟ୍ରି ବୋଲି ମଧ୍ୟ କହିଛନ୍ତି ।
କେବଳ ଏତିକି ନୁହେଁ, ସେ ହିନ୍ଦୀ ଗୀତର ଖୁବ ପ୍ରଶଂସା କରିବା ସହ, ନିଜ ଘରୋଇ ପାର୍ଟିରେ କେବଳ ହିନ୍ଦୀ ଗୀତ ବଜାନ୍ତି ବୋଲି କହିଛନ୍ତି ।

Share