ମୁମ୍ବାଇ: ନିଧି ଅଗରୱାଲ ବର୍ତ୍ତମାନ ସାଉଥ୍ ଫିଲ୍ମର ଏକ ଲୋକପ୍ରିୟ ଚେହେରା। ଅଭିନେତ୍ରୀ ମୁନ୍ନା ମାଇକେଲରେ ଟାଇଗର ଶ୍ରଫଙ୍କ ଅପୋଜିଟ୍ରେ ଡେବ୍ୟୁ କରିଥିଲେ। ଫିଲ୍ମ ପାଇଁ ନିଧିଙ୍କ ସହ ନିର୍ମାତା ଏକ ଚୁକ୍ତି କରିଥିଲେ,ଯେଉଁଥିରେ ‘ନୋ-ଡେଟିଂ’ କ୍ଲଜ୍ ରଖାଯାଇଥିଲା। ତେବେ ନିଧିଙ୍କ ଭଳି ଟାଇଗରଙ୍କ ସହ ସେଭଳି କୌଣସି ଚୁକ୍ତି କରାଯାଇ ନ ଥିଲା। ନିଧି ଏବଂ ଟାଇଗରଙ୍କ ଫିଲ୍ମ ମୁନ୍ନା ମାଇକେଲଙ୍କ ରିଲିଜ୍ ହେବାର ୫ ବର୍ଷ ବତିସାରିଲାଣି। ଫିଲ୍ମର ଶୁଟିଂ ସମୟରେ ନୋ-ଡେଟିଂ କ୍ଲଜ୍କୁ ନେଇ ସେ କେଉଁଭଳି ଅନୁଭବ କରିଥିଲେ ସେ ସମ୍ପର୍କରେ ମୁହଁ ଖୋଲିଛନ୍ତି। ମୁନ୍ନା ମାଇକେଲଙ୍କ ଶୁଟିଂ ସମୟରେ ତାଙ୍କୁ ନୋ-ଡେଟିଂ ଚୁକ୍ତି କରିବାକୁ ପଡିବ ବୋଲି କୁହାଯାଇଥିଲା। ସେ ସେଥିରେ ମଧ୍ୟ ରାଜି ହୋଇଥିଲେ।