ବମ୍ବେ: ଦିନକୁ ଦିନ ଷ୍ଟାର ପ୍ଲସ୍ର ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ନୂଆ ମୋଡ ଦେଖିବାକୁ ମିଳୁଛି। ଏଥିସହ କିଛି ଷ୍ଟାର ଶୋ’ ଛାଡ଼ୁଛନ୍ତି। ନିକଟରେ ପାରସ କଲନାବତଙ୍କ ପରେ ଏବେ ଆଉ ଜଣେ କଳାକାରଙ୍କ ଟ୍ରାକ୍ ଶେଷ ହେଉଛି। ସେ ହେଲେ ନିଧି ଶାହ। ସେ ଅନୁପମାଙ୍କ ବଡ଼ ବୋହୂ ଭୂମିକାରେ ନଜର ଆସୁଛନ୍ତି। ହେଲେ ଆଗାମୀ ଦିନରେ ତାଙ୍କୁ ଦର୍ଶକ ଦେଖିବାକୁ ପାଇବେ ନାହିଁ।
ଧାରାବାହିକରେ ଆଗକୁ କିଞ୍ଜଲ ପ୍ରସବ ପୀଡ଼ା ଅନୁଭବ କରିବେ। ପରେ ଛୁଆକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହେବ। ଏହାପରେ କାହାଣୀ ଭିନ୍ନ ମୋଡ଼ ନେବ। କିଞ୍ଜଲଙ୍କ ମୃତ୍ୟୁ ସହ ନିଧିଙ୍କ ଯାତ୍ରା ଶେଷ ହେବ। ତାଙ୍କ ସନ୍ତାନର ଯତ୍ନ ଅନୁପମା ନେବେ ବୋଲି କୁହାଯାଉଛି।