Categories: ବାଣିଜ୍ୟ

ଶେୟାର ବଜାରରେ ପୁଣି ରେକର୍ଡ, ସର୍ବୋଚ୍ଚ ଛୁଇଁଲା ନିଫ୍ଟି

ନୂଆଦିଲ୍ଲୀ, ୧୨।୬: ଶେୟାର ବଜାର ଖୋଲିବାର ଏକ ଘଣ୍ଟା ପୂର୍ବରୁ ନୂଆ ଇତିହାସ ରଚିଛି ନିଫ୍ଟି। ୨୩,୪୨୦.୩୫ ପଏଣ୍ଟରେ ପହଞ୍ଚି ରେକର୍ଡ କରିଛି । ପୂର୍ବରୁ ଏହି ରେକର୍ଡ ୨୩,୪୧୧.୯୦ ପଏଣ୍ଟ ରହିଥିଲା । ଦୁଇଦିନ ତଳେ ଅର୍ଥାତ ସପ୍ତାହର ଆରମ୍ଭ ସୋମବାର ଦିନ ସେନ୍‌ସେକ୍ସ ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଥିଲା । ପ୍ରଥମ ଥର ପାଇଁ ୭୭ ହଜାର ପଏଣ୍ଟ ପାର କରିଯାଇଥିଲା । ଆଜି ମଧ୍ୟ ଏହା ରେକର୍ଡ ସ୍ତରର ପାଖାପାଖି କାରବାର କରୁଛି । ୭୬.୯୬୭.୭୩ ଉପରେ ଆଜି ସେନ୍‌ସେକ୍ସ କାରବାର କରିଛି । ଶେୟାର

ଭାରତୀୟ ଷ୍ଟକ ମାର୍କେଟ ଆଜି କାରବାର ଆରମ୍ଭରୁ ବୃଦ୍ଧି ସହିତ ଖୋଲିଛି । ଆଇଟି ଇଣ୍ଡେକ୍ସରେ ଆଜି ମଧ୍ୟ ବଜାରକୁ ସମର୍ଥନ ମିଳିଛି । ବଜାର ଖୋଲିବା ମାତ୍ରେ ଆଇଟି ଇଣ୍ଡେକ୍ସରେ ୪୦୦ ପଏଣ୍ଟ ବୃଦ୍ଧି ହୋଇଥିଲା । ବ୍ୟାଙ୍କ ନିଫ୍ଟି ମଧ୍ୟ ଅଭିବୃଦ୍ଧିର ସବୁଜ ଚିହ୍ନରେ ରହିଛି । ଆଜି ତେଲ ଏବଂ ଗ୍ୟାସ ଷ୍ଟକ୍‌ରେ ବୃଦ୍ଧି ଘଟିଛି ଏବଂ ନିଫ୍ଟି ରିଅଲିଟି ଇଣ୍ଡେକ୍ସରେ ହ୍ରାସ ଘଟିଛି । ଆଦାନୀ ଗ୍ରୁପର ଶେୟାରରେ ବୃଦ୍ଧି ଜାରି ରହିଛି । ୨୨୨.୫୨ ପଏଣ୍ଟ ବା ୦.୨୯ ପ୍ରତିଶତ ବୃଦ୍ଧି ସହିତ ବିଏସ୍‌ଇ ସେନସେକ୍ସ ୭୬,୬୭୯ ସ୍ତରରେ ଖୋଲିଛି । ଏନ୍‌ଏସ୍‌ଇର ନିଫ୍ଟି ୭୯.୬୦ ପଏଣ୍ଟ ବା ୦.୩୪ ପ୍ରତିଶତ ବୃଦ୍ଧି ସହିତ ୨୩,୩୪୪ ସ୍ତରରେ ଖୋଲିଛି ।

Share