Categories: ବାଣିଜ୍ୟ

ସର୍ବକାଳୀନ ରେକର୍ଡ ସ୍ତରରେ ନିଫ୍ଟି

ନୂଆଦିଲ୍ଲୀ,୨୧।୭ (ଅଭୟ ଦାଶ):ଗତ କିଛି ଦିନ ହେବ ଭାରତୀୟ ଶେୟାର ମାର୍କେଟର କାରବାର ପୂର୍ବାପେକ୍ଷା ଭଲ ରହିଛି। ଏପରିକି କ୍ରମାଗତ ଭାବେ ବଜାରର କାରବାର ବୃଦ୍ଧି ପାଉଥିବାବେଳେ ଉଭୟ ନିବେଶକ ଓ ପଞ୍ଜୀକୃତ କମ୍ପାନୀଗୁଡିକ ବେଶ ଲାଭବାନ ହେଉଛନ୍ତି। ବିଶେଷ କରି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର ନିଫ୍ଟି-୫୦ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ମଧ୍ୟରେ ନିଫ୍ଟି-୫୦ର କାରବାର ଓ ଉତ୍ତମ ପ୍ରଦର୍ଶନ ଯୋଗୁ ଏନଏସଇ ନିଫ୍ଟ-୫୦ର ହାର ୨୦,୦୦୦ ଅଙ୍କ ନିକଟବର୍ତ୍ତୀ ହୋଇପାରିଛି। ଅପରପକ୍ଷରେ ବ୍ୟାଙ୍କ ନିଫ୍ଟ ମଧ୍ୟ ଅଲ ଟାଇମ ହାଇ ୪୬,୨୫୬.୨୦ ଅଙ୍କରେ ପହଞ୍ଚତ୍ଛି। ସେହିଭଳି କ୍ରମାଗତ ୬ଷ୍ଠ ଦିନ ଲାଗି ପୁଞ୍ଜି ବଜାରର କାରବାରରେ ମଧ୍ୟ ବୃଦ୍ଧି ଘଟିଛି। ଏପରିକି ଚଳିତ ସପ୍ତାହର ୪ର୍ଥ ଦିନର ବଜାର କାରବାର ଉଚ୍ଚ ରହିଛି। ଫଳରେ ଗୁରୁବାର ଷ୍ଟକ ମାର୍କେଟର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ସେନସେକ୍ସ ୪୭୪ ( ୪୭୪.୪୬) ପଏଣ୍ଟ ବଢି ୬୭,୫୭୨(୬୭,୫୭୧.୯୦) ଅଙ୍କରେ ପହଞ୍ଚତ୍ବା ସହ ୬୮,୦୦୦ଅଙ୍କର ନିକଟବର୍ତ୍ତୀ ହୋଇଛି। ସେହିଭଳି ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ନିଫ୍ଟି-୫୦ରେ ମଧ୍ୟ ୧୪୬ (୧୪୬.୦୦) ପଏଣ୍ଟ ବୃଦ୍ଧି ଘଟି ୧୯,୯୭୯ (୧୯,୯୭୯.୧୫) ଅଙ୍କରେ ପହଞ୍ଚତ୍ଛି। ଅପରପକ୍ଷରେ ଗୁରୁବାର ବିଏସଇ ମିଡକ୍ୟାପ ଏବଂ ସ୍ମଲ କ୍ୟାପରେ ମଧ୍ୟ କାରବାର ଭଲ ରହିଥିଲା। ଫଳରେ ଉଭୟ କ୍ୟାପର କାରବାର ଯଥାକ୍ରମେ ୨୯,୬୭୧.୬୦ ଏବଂ ୩୪,୧୯୩.୭୪ ଅଙ୍କରେ କାରବାର ବନ୍ଦ ହୋଇଥିଲା। ଉଲ୍ଲେଖଯୋଗ୍ୟ, ବିଏସଇ ସେନସେକ୍ସରେ ଆଇଟିସି (୨.୭୮%), କୋଟାକ ମହିନ୍ଦ୍ରା ବ୍ୟାଙ୍କ (୨.୬୮%) ଆଇସିଆଇସିଆଇ ବ୍ୟାଙ୍କ (୨.୨୪%), ମାରୁତି ସୁଜୁକି (୧.୭୫%) ଏବଂ ଏୟାରଟେଲ (୧.୭୨%) ଅଂଶଧନ ବୃଦ୍ଧି କରିଥିବାବେଳେ ନିଫ୍ଟି-୫୦ରେ ଆଇଟିସି (୨.୬୪%), କୋଟାକ ମହିନ୍ଦ୍ରା ବ୍ୟାଙ୍କ (୨.୬୨%), ଆଇସିଆଇସିଆଇ ବ୍ୟାଙ୍କ (୨.୧୯%), ଡକ୍ଟର ରେଡ୍ଡ୍‌ୀ ଲାବସ (୧.୯୭%) ଏବଂ ଗ୍ରାସିମ ଇଣ୍ଡଷ୍ଟି (୧.୯୭%) ଅଂଶଧନ ବୃଦ୍ଧି କରିଛନ୍ତି।

Share