Exit Poll ପରେ ଶେୟାର ବଜାରରେ ଉତ୍ସାହ, ସେନସେକ୍ସ-ନିଫ୍ଟିରେ ଜବରଦସ୍ତ ବୃଦ୍ଧି

ମୁମ୍ବାଇ, ୩।୬: ଲୋକସଭା ନିର୍ବାଚନ ପାଇଁ ଏକଜିଟ୍ ପୋଲ୍ ଆକଳନ ପରେ ଶେୟାର ବଜାରରେ ଜବରଦସ୍ତ ଉତ୍ସାହ ଦେଖିବାକୁ ମିଳିଛି। ସୋମବାର ବଜାର ଖୋଲିବା ମାତ୍ରେ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ସେନସେକ୍ସ ୨,୬୨୧.୯୮ ପଏଣ୍ଟ କିମ୍ବା ୩.୫୫ ପ୍ରତିଶତ ବୃଦ୍ଧି ସହିତ ୭୬,୫୮୩ ସ୍ତରରେ ପହଞ୍ଚିଥିଲା। ବର୍ତମାନ ପର୍ଯ୍ୟନ୍ତ ଏହା ସେନସେକ୍ସର ସର୍ବକାଳୀନ ସର୍ବୋଚ୍ଚ ସ୍ତର ଅଟେ।

ଏହା ବ୍ୟତୀତ, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ସୁଚକାଙ୍କ ନିଫ୍ଟି ୮୦୭.୨୦ ପଏଣ୍ଟ କିମ୍ବା ୩.୫୮ ପ୍ରତିଶତ ବୃଦ୍ଧି ସହିତ ୨୩,୩୩୭.୯୦ ରେ ଖୋଲିଛି। ଫଳରେ ଶେୟାର ବଜାର ଐତିହାସିକ ସ୍ତରରେ ଖୋଲିଛି।

ବିଏସଇର ବଜାର ପୁଞ୍ଜି ୪୨୩.୯୪ ଲକ୍ଷ କୋଟି ଟଙ୍କାକୁ ଖସି ଆସିଥିବାବେଳେ ଶୁକ୍ରବାର ଦିନ ଏହା ୪୧୨.୨୩ ଲକ୍ଷ କୋଟି ଟଙ୍କା ହୋଇଛି। ଅର୍ଥାତ୍ ବଜାର ଖୋଲିବା ମାତ୍ରେ ନିବେଶକଙ୍କ ଆୟ ୧୧ ଲକ୍ଷ କୋଟିରୁ ଅଧିକ ବୃଦ୍ଧି ପାଇଛି। ଈଝଋ ରେ ୩୧୦୦ ସେୟାର କାରବାର କରୁଛି ଯେଉଁଥିରୁ ୨୬୭୦ ସେୟାର ବୃଦ୍ଧି ପାଇଥିଲା ବେଳେ ୩୨୮ ଟି ସେୟାର ହ୍ରାସ ପାଉଛି ଏବଂ ୧୦୨ ଟି ସେୟାର ବିନା ପରିବର୍ତ୍ତନରେ କାରବାର କରୁଛି।

ପ୍ରି-ଓପନିଂରେ ସେନ୍ସେକ୍ସରେ ୨୦୦୦ ପଏଣ୍ଟର ବୃଦ୍ଧି ଦେଖିବାକୁ ମିଳିଛି। ପ୍ରି-ଓପନିଂରେ ୨୦୦୦ ପଏଣ୍ଟର ବୃଦ୍ଧିରୁ ଏହା ସ୍ପଷ୍ଟ ହୋଇଛି ଯେ ଏକଜିଟ୍ ପୋଲ୍ ପରେ ଆଜି ବଜାର ପାଇଁ ଏକ ବଡ଼ ଦିନ। ୨୫୯୬ ପଏଣ୍ଟ କିମ୍ବା ୩.୫୧ ପ୍ରତିଶତ ବୃଦ୍ଧି ପରେ ସେନସେକ୍ସ ୭୬୫୫୭ ସ୍ତରରେ କାରବାର କରୁଛି। ଏନଏସଇ ର ନିଫ୍ଟି ୨୩,୩୩୭.୬୦ ସ୍ତରରେ ଥିଲା, ଯାହା ୮୦୬.୯୦ ପଏଣ୍ଟ କିମ୍ବା ୩.୫୮ ପ୍ରତିଶତ ବୃଦ୍ଧି ପାଇଛି।

୨୦୧୯ ରେ, ଯେତେବେଳେ ଏକଜିଟ୍ ପୋଲ୍ ୩୦୦ ରୁ ଅଧିକ ଆସନରେ ଭାଜପାର ବିଜୟର ପୂର୍ବାନୁମାନ କରିଥିଲା, ସେୟାର ବଜାରରେ ୧.୪୫ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri