Categories: ବାଣିଜ୍ୟ

ରେକର୍ଡ ସ୍ତରରେ ନିଫ୍ଟିର କାରବାର

ନୂଆଦିଲ୍ଲୀ,୧୨।୯: ପ୍ରଥମ ଥର ପାଇଁ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ନିଫ୍ଟିର କାରବାର ପ୍ରଥମ ପର୍ଯ୍ୟୟରେ ୨୦,୦୦୦ ଅଙ୍କ ପାର କରିଥିବା ବେଳେ ସୋମବାର କାରବାର ଶେଷ ବେଳେକୁ ନିଫ୍ଟି ରେକର୍ଡ ସ୍ତରରେ ପହଞ୍ଚତ୍ଥିଲା। ଏପରିକି ଶେୟାର ବଜାରର କାରବାର ଶେଷ ସୁଦ୍ଧା ନିଫ୍ଟି ୨୦,୦୦୦ (୧୯,୯୯୬.୩୫) ଅଙ୍କର ନିକଟବର୍ତ୍ତୀ ହୋଇଛି। ବିଗତ କିଛି ସପ୍ତାହ ହେବ ଶେୟାର ବଜାରରେ ଉଚ୍ଚ ପ୍ରଦର୍ଶନ ଯୋଗୁ ନିଫ୍ଟି ୨୦,୦୦୦ ଅଙ୍କରେ ପହଞ୍ଚତ୍ଛି। ଏହା ପୂର୍ବରୁ ୨୦୨୩ ଜୁଲାଇରେ ମଧ୍ୟ ନିଫ୍ଟିର କାରବାର ସର୍ବୋଚ୍ଚ ସ୍ତରରେ ରହିଥିଲା। ୨୦୨୩ ମାର୍ଚ୍ଚରୁ ଜୁଲାଇ ମଧ୍ୟରେ ନିଫ୍ଟିର କାରବାର ୧୫% ବୃଦ୍ଧି ହୋଇଥିଲା। ଅପରପକ୍ଷରେ ସୋମବାରର କାରବାର ଶେଷ ସୁଦ୍ଧା ମିଡିଆ ଇଣ୍ଡଷ୍ଟ୍ରିକୁ ଛାଡ଼ି ଦେଲେ ବାକି ସମସ୍ତ ନିବେଶକଙ୍କର ନିବେଶ ବୃଦ୍ଧି ହୋଇଥିଲା। ସେହିଭଳି ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସବୁଠାରୁ ଅଧିକ ଶେୟାର କିଣାଯାଇଥିଲା। ଏପରିକି ନିପ୍ଟି ବ୍ୟାଙ୍କିଙ୍ଗ୍‌ ୪୧୪ ପଏଣ୍ଟ ବୃଦ୍ଧି ଘଟି ୪୫,୫୭୦ ଅଙ୍କର ପହଞ୍ଚତ୍ଛି। ସେହିପରି ନିଫ୍ଟି ଆଇଟି, ଅଟୋ, ଏନର୍ଜି, ଏଫ୍‌ଏମ୍‌ସିଜି ଓ ମେଟାଲ୍ସ, ଫାର୍ମା, ହେଲ୍‌ଥକେୟାର ଭଳି ନିବେଶକମାନେ ଲାଭରେ ରହିଥିଲେ। ଉଲ୍ଲେଖଯୋଗ୍ୟ, ନିପ୍ଟି ମିଡ୍‌ କ୍ୟାପ୍‌,ସ୍କଲକ୍ୟାପ, ବ୍ୟାଙ୍କିଙ୍ଗ୍‌ ଆଦି କ୍ଷେତ୍ରରେ ଉତ୍ସାହଜନକ କାରବାର ଦେଖିବାକୁ ମିଳିଥିଲା। ଫଳରେ ନିଫ୍ଟି ମିଡ୍‌ କ୍ୟାପ୍‌ ଇଣ୍ଡେକ୍ସ ୪୬୬ ଅଙ୍କ ଉପରକୁ ଉଠି ୪୧,୫୫୫ ଅଙ୍କରେ ବନ୍ଦ ହୋଇଥିଲାବେଳେ ସ୍ମଲ୍‌ କ୍ୟାପ୍‌ ଇଣ୍ଡେକ୍ସ ୧୭୦ ଅଙ୍କ ଉପରକୁ ଉଠି ୧୨୯୮୨ ଅଙ୍କରେ ବନ୍ଦ ହୋଇଥିଲା। ବିଶେଷ କରି ନିଫ୍ଟି ୫୦ର ଶେୟାରଗୁଡିକ ମଧ୍ୟରୁ ୪୫ ଶେୟାରର କାରବାର ବୃଦ୍ଧି ହୋଇଥିବା ବେଳେ ୫ଟି ଶେୟାରର କାରବାର ହ୍ରାସ ଘଟିଛି। ଅପରପକ୍ଷରେ ସେନ୍‌ସେକ୍ସର ୩୦ ଶେୟାର ମଧ୍ୟରେ ୨୮ ଶେୟାରର କାରବାର ବୃଦ୍ଧି ହୋଇଥିବା ବେଳେ ୨ଟି ଶେୟାରର କାରବାର ହ୍ରାସ ହୋଇଛି।

Share