Posted inଖେଳ

ନାଇଜେରିଆଠାରୁ ହାରି ଚିଲି ବିଦା

ଭୁବନେଶ୍ୱର,୧୮।୧୦(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ସୋମବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ୍‌ର ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ନାଇଜେରିଆ ୨-୧ ଗୋଲରେ ଚିଲିକୁ ପରାସ୍ତ କରିଛି। ଫଳରେ ଏହି ଗ୍ରୁପ୍‌ରୁ ଦ୍ୱିତୀୟ ଦଳ ଭାବେ ନାଇଜେରିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଏହି ଦଳ ୩ ମ୍ୟାଚ୍‌ରୁ ୨ଟି ବିଜୟ ସହ ୬ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ପୂର୍ବରୁ ଜର୍ମାନୀ ନକ୍‌ଆଉଟରେ ପ୍ରବେଶ କରିଥିଲା। ଅନ୍ୟପକ୍ଷରେ ଦ୍ୱିତୀୟ ଥର ବିଶ୍ୱକପ୍‌ ଖେଳିବା ସୁଯୋଗ ପାଇଥିବା ଚିଲିର ଅଭିଯାନ ଗ୍ରୁପ୍‌ ପର୍ଯ୍ୟାୟରୁ ଶେଷ ହୋଇଯାଇଥିଲା। ନାଇଜେରିଆର ୧୭ ନମ୍ବର ଜର୍ସି ପରିହିତ ଓପେୟେମି ଆଜାକାୟେ ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିଲେ। ଗୋଆର ମାର୍ଗାଓରେ ଅନୁଷ୍ଠିତ ଅନ୍ୟ ଏକ ଗ୍ରୁପ୍‌ ‘ବି’ ମ୍ୟାଚ୍‌ରେ ଜର୍ମାନୀ ୩-୧ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ହାଟ୍ରିକ ବିଜୟ ସହ ଜର୍ମାନୀ ଗ୍ରୁପ୍‌ ‘ବି’ର ନମ୍ବର ୱାନ୍‌ ଦଳ ହୋଇଛି।
ଚିଲି ଉପରେ ଆରମ୍ଭରୁ ଭାରି ପଡ଼ିଥିଲା ନାଇଜେରିଆ। ପ୍ରଥମ ମିନିଟ୍‌ରେ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ଚିଲି ଗୋଲପୋଷ୍ଟରେ ବଲ୍‌ ପହଞ୍ଚାଇଥିଲା ଏହି ଆଫ୍ରିକୀୟ ଦଳ। ଏହାର ସୁଫଳ ମଧ୍ୟ ଦଳକୁ ମିଳିଥିଲା। ୪ର୍ଥ ମିନିଟ୍‌ରେ ଓପେୟେମିଙ୍କଠାରୁ ପାଇଥିବା ପାସ୍‌କୁ ଅଧିନାୟିକା ବ୍ଲେସିଂ ଇମାନୁଏଲ ଗୋଲରେ ପରିଣତ କରିଥିଲେ। ବ୍ଲେସିଂଙ୍କ ରାଇଟ୍‌ ଫୁଟ୍‌ ଶଟ୍‌ ଚିଲି ଗୋଲପୋଷ୍ଟର ଲେଫ୍ଟ କର୍ନର ନିମ୍ନଭାଗ ସ୍ପର୍ଶ କରିଥିଲା। ଗୋଲକିପର ଆଲଭାରାଡୋ କାଟାଲିନା ପୂରାଦମ୍‌ରେ ଡାଇଭ୍‌ ମାରିଥିଲେ ହେଁ ବଲ୍‌ ନିକଟରେ ପହଞ୍ଚତ୍ପାରି ନ ଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ୧୬ତମ ମିନିଟ୍‌ରେ ଆମିନା ବେଲୋ ୟେଲୋ କାର୍ଡ ପାଇଥିଲେ। ୧୭ତମ ମିନିଟ୍‌ରେ ନାଇଜେରିଆ ଆଉ ଏକ ଗୋଲ ଦେବାର ନିକଟତର ହୋଇଥିଲା। ଓପେୟେମିଙ୍କ ଥ୍ରୋ ପାସ୍‌କୁ ନିୟନ୍ତ୍ରଣକୁ ଆଣି ଆମିନା ବେଲୋ ଚିଲି ଗୋଲପୋଷ୍ଟକୁ ଟାର୍ଗେଟ କରିଥିଲେ। ଗୋଲକିପର ଦୂରରେ ଥିବାରୁ ଗୋଲ ହେବାର ଯଥେଷ୍ଟ ସମ୍ଭାବନା ଥିଲା। ମାତ୍ର ଚିଲିର ଓଲିଭର କନ୍‌ଷ୍ଟାଞ୍ଜା ଚତୁରତାର ସହ ବଲ୍‌ କ୍ଲିିୟର କରିଦେଇଥିଲେ। ଫଳରେ ଚିଲି ଆଉ ଏକ ଗୋଲ ବରଣରୁ ଅଳ୍ପକେ ବର୍ତ୍ତିଯାଇଥିଲା। ପ୍ରଥମାର୍ଦ୍ଧର ଶେଷଭାଗରେ ଗୋଲ ପରିଶୋଧ ପାଇଁ ଚିଲି ଜୋର୍‌ଦାର ଉଦ୍ୟମ କରିଥିଲା। ଉଭୟ ଦଳ ପକ୍ଷରୁୁ ଆକ୍ରମଣ ପ୍ରତିଆକ୍ରମଣ ଜାରି ରହିଥିଲେ ହେଁ ଗୋଲ ହୋଇପାରି ନ ଥିଲା। ବିପଜ୍ଜନକ ପ୍ରଦର୍ଶନ ପାଇଁ ନାଇଜେରିଆ ଅଧିନାୟିକା ୪୩ତମ ମିନିଟ୍‌ରେ ୟେଲୋ କାର୍ଡ ପାଇବା ଅନ୍ୟତମ ଚର୍ଚ୍ଚିତ ଘଟଣା ଥିଲା। ପ୍ରଥମାର୍ଦ୍ଧ ଶେଷସୁଦ୍ଧା ନାଇଜେରିଆ ୧-୦ ଗୋଲରେ ଅଗ୍ରଣୀ ରହିଥିଲା।
ଦ୍ୱିତୀୟାର୍ଦ୍ଧ ଆରମ୍ଭରୁ ମଧ୍ୟ ଖେଳ ବେଶ୍‌ ସଂଘର୍ଷପୂର୍ଣ୍ଣ ରହିଥିଲା। ଚିଲି ଭଲ ଖେଳିଥିଲେ ହେଁ ଫିନିଶିଂ ଅଭାବରୁ ଗୋଲ କରିପାରି ନ ଥିଲା। ୮୨ତମ ମିନିଟ୍‌ରେ ନାଇଜେରିଆ ଆଉ ଏକ ଗୋଲ କରି ଅଗ୍ରଣୀ ବ୍ୟବଧାନକୁ ୨-୦ରେ ପହଞ୍ଚାଇଥିଲା। ଆମିନା ବେଲୋଙ୍କ ପାସ୍‌କୁ ନିୟନ୍ତ୍ରଣକୁ ଆଣି ବିସୋଲା ମୋସାକୁ ଗୋଲପୋଷ୍ଟର ଅତି ନିକଟରୁ ଏହି ଗୋଲଟି ଚତୁରତାର ସହ ସ୍କୋର କରିଥିଲେ। ୮୫ତମ ମିନିଟ୍‌ରେ ନାଇଜେରିଆ ଗୋଲପୋଷ୍ଟ ନିକଟରେ ବଲ୍‌ ପାଇଁ ସଂଘର୍ଷ ଚାଲିଥିବାବେଳେ ନାଇଜେରିଆର ଓମାମୁଜୁ ଇଡାଫେଙ୍କ ହାତରେ ବଲ୍‌ ବାଜି ଯାଇଥିଲା। ଇଟାଲିଆନ ରେଫରି ମାରିଆ ଫେରେରିଙ୍କ ନଜରକୁ ଏହା ଆସି ନ ଥିଲା। ମାତ୍ର ଚିଲି ଖେଳାଳିମାନେ ଭାର୍‌ (ଭିଡିଓ ଆସିଷ୍ଟାଣ୍ଟ ରେଫରି)ର ସହାୟତା ନେଇଥିଲେ। ଭିଡିଓ ଫୁଟେଜ୍‌ ଦେଖିବା ପାଇଁ ରେଫରି ନିଜେ ପଡ଼ିଆ ଛାଡ଼ିଥିଲେ। ୫ ମିନିଟ୍‌ ପରେ ଅର୍ଥାତ୍‌ ୯୦ତମ ମିନିଟରେ ପଡ଼ିଆରେ ପ୍ରବେଶ କରି ସେ ଇଡାଫେଙ୍କୁ ୟେଲୋ କାର୍ଡ ଦେଖାଇବା ସହ ପେନାଲ୍ଟି ଶଟ୍‌ ସଙ୍କେତ ଦେଇଥିଲେ। ୯୦+୧ ମିନିଟ୍‌ରେ ଚିଲିର ଟାଲି ରୋଭନେର ନାଇଜେରିଆ ଗୋଲକିପର ଓମିଲାନା ଫେଥ୍‌ଙ୍କୁ ଚକ୍‌ମା ଦେଇ ଗୋଲସ୍କୋର କରିଥିଲେ। ଇଞ୍ଜୁରି ଟାଇମ୍‌ ୯୦+୭ ମିନିଟ୍‌ ଯାଏ ଖେଳ ଚାଲିଥିଲେ ହେଁ ଚିଲି ଆଉ ଗୋଲ ପରିଶୋଧ କରିପାରି ନ ଥିଲା। ଫଳରେ ନାଇଜେରିଆ ବିଜୟୀ ହୋଇ ଖୁସି ମନାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

ଭାରତ ୩୦୮ ରନ୍‌ରେ ଆଗୁଆ

ଚେନ୍ନାଇ,୨୧ା୯: ଚେନ୍ନାଇରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତୀୟ ପେସ୍‌ ବୋଲର ଚମତ୍କାର ବୋଲିଂ କରିଥିବା ବେଳେ ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ପଦାର୍ପଣରେ ତେଜ ଦେଖାଇଲା କୋଣାର୍କ ସୂର୍ଯ୍ୟସ

ଯୋଧପୁର, ୨୧।୯ (ତପନ ସ୍ବାଇଁ): ଲିଜେଣ୍ଡ୍‌ସ ଲିଗ୍‌ କ୍ରିକେଟ ଟୁର୍ନାମେଣ୍ଟରେ ନିଜର ପ୍ରଥମ ପଦାର୍ପଣରେ ତେଜ ଦେଖାଇଛି ସନ୍‌ପ୍ରିୟା ଗ୍ରୁପ୍‌ ମାଲିକାନାରେ ଥିବା କୋଣାର୍କ ସୂର୍ଯ୍ୟସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri