ନାଇଜେରିଆରେ ଡଙ୍ଗା ବୁଡି ୨୬ ମୃତ

ଅବୁଜା.୧୧।୯: ନାଇଜେରିଆରେ ଏକ ଡଙ୍ଗା ଦୁର୍ଘଟଣାରେ ୨୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି, ଯେଉଁମାନଙ୍କୁ ଖୋଜା ଚାଲିଛି। ରବିବାର ନାଇଜେରିଆରେ ଏହି ଦୁର୍ଘଟଣା ଘଟିଥିଲା ଯେତେବେଳେ ଦେଶର ଉତ୍ତର-ମଧ୍ୟ ଭାଗରେ ଏକ ଡଙ୍ଗା ପାଣିରେ ବୁଡ଼ି ଯାଇଥିଲା। ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ଗତ ତିନି ମାସ ମଧ୍ୟରେ ଏହି ଅଞ୍ଚଳରେ ଏହା ଦ୍ୱିତୀୟ ଦୁର୍ଘଟଣା। ନାଇଜେରିଆର ଏହି ଅଂଶ ବହୁତ ପଛୁଆ ।

ରଏଟର୍ସ ରିପୋର୍ଟ ଅନୁଯାୟୀ, ନାଇଜେରିଆର ନାଇଜର ରାଜ୍ୟପାଳଙ୍କ ମୁଖପାତ୍ର ବୋଲଗି ଇବ୍ରାହିମ କହିଛନ୍ତି ଯେ ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଡଙ୍ଗାରେ ୧୦୦ ରୁ ଅଧିକ ଲୋକ ଥିଲେ। ଡଙ୍ଗାରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ହୋଇଥିଲେ। ମୁଖପାତ୍ର କହିଛନ୍ତି ଯେ ଏହି ଦୁର୍ଘଟଣା ମୋକୱା ନାମକ ଏକ ସ୍ଥାନରେ ଘଟିଛି। ଇବ୍ରାହିମ ଆହୁରି କହିଛନ୍ତି ଯେ ଡଙ୍ଗା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ନିଖୋଜ ଥିବା ଲୋକମାନେ ଏଠାରେ ଉପସ୍ଥିତ ଡ୍ୟାମ ପାର ହୋଇ ନିଜ ନିଜ ଚାଷ ଜମିକୁ ଯାଉଥିଲେ। ତେଣଉ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ କୃଷକ ବୋଲି କୁହାଯାଉଛି।

Share