Categories: ଜାତୀୟ

ବିନା ଭିଜାରେ ଟ୍ରେନରେ ଯାତ୍ରା କରୁଥିଲେ ନାଇଜେରିଆ ନାଗରିକ: ଧରିଲା ପୋଲିସ

ନୂଆଦିଲ୍ଲୀ,୨୧।୭: ଟ୍ରେନରେ ଯାତ୍ରା କରୁଥିବା ଜଣେ ନାଇଜେରିଆ ନାଗରିକଙ୍କୁ କୋଟା ରେଳ ଷ୍ଟେଶନରେ ଜିଆରପି ଦ୍ୱାରା ଅଟକ ରଖାଯାଇଛି। ଅନୁସନ୍ଧାନରୁ ଜଣାପଡିଛି ଯେ, ତାଙ୍କ ଭିଜା ମିଆଦ ପୂରି ଯାଇଛି। ସେ ରାଜଧାନୀ ଏକ୍ସପ୍ରେସ ଦ୍ୱାରା ମୁମ୍ବାଇରୁ ଦିଲ୍ଲୀ ଯାଉଥିଲା। ରାସ୍ତାରେ ଟିଟିଇ ଭିଜା ସହିତ ଟିକେଟ ଯାଞ୍ଚ କଲାବେଳେ ସେ ଧରାପଡିଥିଲେ। ଏହା ପରେ ଟିଟିପି ଆରପିଏଫ ଏବଂ ଅଧିକାରୀମାନଙ୍କୁ ଜଣାଇଲେ। ଟ୍ରେନ କୋଟାରେ ପହଞ୍ଚିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଏହା ପରେ ଜିଆରପି ଗୁପ୍ତଚର ସଂସ୍ଥାକୁ ସୂଚନା ଦେଇଥିଲା। ଅଧିକ ପଚରାଉଚରା ପାଇଁ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କୁ ସାଙ୍ଗରେ ନେଇଛି। ସେ କହିଛନ୍ତି ଯେ, ୨୦୧୭ରେ ସେ ବାଂଲାଦେଶରୁ ଭାରତ ଆସିଥିଲେ।

Share