ନାଇଜେରିଆର ଜଣେ ବ୍ୟକ୍ତିଙ୍କୁ ଏକ ପାର୍ଟିରେ ୬ ଗର୍ଭବତୀଙ୍କ ସହ ଏକତ୍ର ଦେଖିବାକୁ ମିଳିଥିଲା। ସମସ୍ତ ଗର୍ଭବତୀ ମହିଳା ଏକାପରି ପୋଷାକ ପିନ୍ଧିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ହେଲେ ଏହି ସମସ୍ତ ମହିଳା ଜଣେ ବ୍ୟକ୍ତିଙ୍କ ପିଲାର ମା’ ହେବାକୁ ଯାଉଛନ୍ତି। ଏହା ଜଣାପଡିବା ପରେ ସେମାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ ଯେଉଁ ବ୍ୟକ୍ତିଙ୍କ ୬ ପ୍ରେମିକା ଏକତ୍ର ଗର୍ଭବତୀ ହୋଇଛନ୍ତି ତାଙ୍କର ଅତିତ ବହୁତ ବଦନାମ୍ ଥିଲା।
ଏହି ବ୍ୟକ୍ତିଜଣଙ୍କ ହେଲେ ପ୍ରିଟି ମାଇକ୍। ସେ ନାଇଜେରିଆର ଲେଗୋସରେ ଥିବା ଏକ ନାଇଟ୍ କ୍ଲବର ମାଲିକ। ମାଇକ ନାଇଜେରିଆର ଏକ ବିବାହ ଉତ୍ସବରେ ତାଙ୍କର ୬ ଗର୍ଭବତୀ ପ୍ରେମିକାଙ୍କ ସହ ପହଞ୍ଚିଥିଲେ। ସମସ୍ତ ଗର୍ଭବତୀ ଏକାପରି ପୋଷାକ ପିନ୍ଧିଥିଲେ। ତେବେ ୨୦୧୭ରେ ମାଇକ ଏକ ବିବାହ ଉତ୍ସବରେ ନିଜର ପ୍ରେମିକାଙ୍କୁ କୁକୁର ବନ୍ଧା ଚେନ୍ରେ ବାନ୍ଧି ବୁଲାଉଥିଲେ। ଏଥିପାଇଁ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ସେ ଏପରି କାମ କେବେହେଲେ କରିବେ ନାହିଁ ବୋଲି କହିଥିଲେ। ଏବେ ନିଜର ୬ ପ୍ରେମିକା ଏକାଠି ଗର୍ଭବତୀ ହେବାକୁ ନେଇ ସେ ପୁଣିଥରେ ଚର୍ଚ୍ଚାରେ ରହିଛନ୍ତି। ଏହି ସମସ୍ତ ମହିଳା ଭଉଣୀ-ଭଉଣୀ ପରି ଚଳନ୍ତି। ସେମାନଙ୍କର ପରସ୍ପର ସହ କୌଣସି ଅଭିଯୋଗ ନାହିଁ ବୋଲି ମାଇକ କହିଛନ୍ତି।