Categories: ଫୁରସତ

ୱିଗ୍‌ ଲାଗି ବିଶ୍ୱ ରେକର୍ଡ

ଅବୁଜା: ନାଇଜେରିଆର ଜଣେ ୱିଗ୍‌ ମେକର ୧ହଜାର ୧୫୨ ଫୁଟ ୫ ଇଞ୍ଚ ଲମ୍ବର ଦୀର୍ଘତମ ହାତତିଆରି ୱିଗ୍‌ ପ୍ରସ୍ତୁତ କରି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି, ଯାହା ୩ଟି ଫୁଟ୍‌ବଲ ପଡ଼ିଆଠାରୁ ବି ଲମ୍ବା। ଲାଗୋସ ବାସିନ୍ଦା ହେଲେନ୍‌ ୱିଲିୟମ୍‌ସଙ୍କୁ ଏଡି ୱିଗ୍‌ ତିଆରି ପାଇଁ ୧୧ ଦିନ ସମୟ ଲାଗିଥିଲା। ହେଲେନ୍‌ ପ୍ରଥମେ ସାଇକେଲ ହେଲମେଟରେ ଲାଗିଥିବା ୱିଗ୍‌ କ୍ୟାପ୍‌ ଏବଂ କଳା କପଡ଼ା ବ୍ୟବହାର କରି ଏକ ଅଣ୍ଡରଲାଇନ ନିର୍ମାଣ କରିଥିଲେ। ଏହାପରେ ୧ ହଜାର ବଣ୍ଡଲ କେଶ, ୧୨ କ୍ୟାନ୍‌ ହେୟାରପ୍ରେ, ୩୫ ଟ୍ୟୁବ୍‌ ହେୟାର ଗ୍ଲୁ ଏବଂ ୬ ହଜାର ୨୫୦ ହେୟାର କ୍ଲିପ୍‌ ବ୍ୟବହାର କରି ୱିଗ୍‌ ପ୍ରସ୍ତୁତ କରିଥିଲେ। ଏପରି ଲମ୍ବା ୱିଗ୍‌ ପାଇଁ ସାମଗ୍ରୀ ସଂଗ୍ରହ କରିବା ସହଜ କାମ ନୁହେଁ ବୋଲି ହେଲେନ୍‌ କହିଛନ୍ତି। ୮ ବର୍ଷ ଧରି ତାଙ୍କର ଏହି କାର୍ଯ୍ୟ ଉପରେ ଦକ୍ଷତା ଥିଲେ ମଧ୍ୟ ଏହା ତାଙ୍କ ପାଇଁ ସେତେ ସହଜ ନ ଥିଲା ବୋଲି ସେ କହିଛନ୍ତି। ବ୍ୟାପକ ଅଭିଜ୍ଞତା ସତ୍ତ୍ୱେ ସେ ଏହି ୱିଗ୍‌ ପ୍ରସ୍ତୁତି ସମୟରେ କ୍ଲାନ୍ତ ଅନୁଭବ କରୁଥିଲେ। କିନ୍ତୁ ତାଙ୍କ ପରିବାର ଓ ପ୍ରିୟଜନଙ୍କ ଉତ୍ସାହ ଯୋଗୁ ସେ ପୁଣି କାମରେ ଲାଗିପଡ଼ିଥିଲେ, ଯାହାର ଫଳସ୍ବରୂପ ସେ ଏହି ଦୀର୍ଘତମ ୱିଗ୍‌ ନିର୍ମାଣ କରିବାରେ ସଫଳ ହୋଇଥିଲେ। ତେବେ ସେ ସପ୍ତାହକୁ ୫୦ରୁ ୩ ଶହ ହେୟାରପିସ ହାରରେ ୧ହଜାର ୱିଗ୍‌ ଉତ୍ପାଦନ କରିଥା’ନ୍ତି।

Share