Categories: ଖେଳ

ନ୍ୟୁଜିଲାଣ୍ଡକୁ ହରାଇଲା ନାଇଜେରିଆ

ଭୁବନେଶ୍ୱର, ୧୫।୧୦(କ୍ରୀଡ଼ା ପ୍ରତିନିଧି): ଗୋଆର ମାର୍ଗାଓରେ ଶୁୁକ୍ରବାର ଅନୁଷ୍ଠିତ ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପର ଏକ ଗ୍ରୁପ୍‌ ”ବି’ ମ୍ୟାଚରେ ନାଇଜେରିଆ ୪-୦ ଗୋଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ନାଇଜେରିଆ ପକ୍ଷରୁ ଆମିନା ବେଲୋ ୧୬, ମାର୍ସେଲି ଉସାନି ୩୪, ତାଇଓ ଆଫୋଲାବି ୭୫ ଓ ଇଡିଡଙ୍ଗ ଇଟିିମ ୯୦+୫ ମିନିଟରେ ଗୋଟିଏ ଲେଖାଏ ଗୋଲ କରିିଥିଲେ। ପୂର୍ବ ମ୍ୟାଚରେ ଜର୍ମାନୀଠାରୁ ହାରିଥିବା ନାଇଜେରିଆ ପ୍ରଥମ ବିଜୟ ସହ ଏହାର କ୍ୱାର୍ଟର ଫାଇନାଲ ଆଶା ଉଜ୍ଜୀବିତ ରଖିଛି। ଗ୍ରୁପ୍‌ ”ବି’ରେ ଏହି ଦଳ ଶେଷ ମ୍ୟାଚ ୧୭ ତାରିଖରେ ଚିଲି ସହିତ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଅନ୍ୟପକ୍ଷରେ କ୍ରମାଗତ ଦ୍ୱିିତୀୟ ପରାଜୟ ସହ ନ୍ୟୁଜିଲାଣ୍ଡର କ୍ୱାର୍ଟର ଫାଇନାଲ ଆଶା ହରାଇଛି।

Share