କେତେକମହିଳା ଅଛନ୍ତି ଦିନବେଳେତ୍ୱଚାର ଯତ୍ନନିଅନ୍ତି କିନ୍ତୁ ରାତିରେ ତ୍ୱଚାପ୍ରତି ଧ୍ୟାନ ଦିଅନ୍ତି ନାହିଁ। କିନ୍ତୁପ୍ରତିଦିନ ଶୋଇବା ପୂର୍ବରୁ ତ୍ୱଚାପାଇଁ କିଛି ସମୟନିଶ୍ଚୟ ବାହାର କରନ୍ତୁ…
ଦିନସାରାର ମେକଅପ୍ ପରେ ଶରୀର ଭଳି ତ୍ୱଚା ବି ରାତି ବେଳକୁ ଥକି ଯାଇଥାଏ। ତେଣୁ ରାତିରେ ଶୋଇବା ପୂର୍ବରୁ ତ୍ୱଚାର ଯତ୍ନ ନେବା ନିହାତି ଦରକାର। ଫଳରେ ତ୍ୱଚା ଅଧିକ ଗ୍ଲୋ କରିବ।
ନାଇଟ୍ କେୟାର ରୁଟିନ୍ ଅନୁସାରେ ସର୍ବପ୍ରଥମେ ତ୍ୱଚାରେ ଥିବା ମେକଅପ୍କୁ ଛଡାନ୍ତୁ। ଏହାପରେ ତ୍ୱଚାକୁ ଭଲଭାବେ ଧୋଇ ଦିଅନ୍ତୁ।
ତ୍ୱଚାରୁ ମେକଅପ୍ ଛଡାଇବା ପରେ ନିଜ ପସନ୍ଦର ଟୋନର ଲଗାନ୍ତୁ। ଯଦି କେମିକାଲ୍ ଥିବା ଟୋନର ଲଗାଇବାକୁ ଚାହୁଁ ନାହାନ୍ତି ତେବେ ଗୋଲାପ ଜଳ ଲଗାନ୍ତୁ।
ତ୍ୱଚା ବିଶେଷଜ୍ଞଙ୍କ ଅନୁସାରେ ରାତିରେ ବ୍ୟୁଟି କ୍ରିମ୍ ନିଶ୍ଚୟ ଲଗାନ୍ତୁ। ଏହାଫଳରେ ତ୍ୱଚାର ଥକ୍କାପଣ ଦୂର ହୋଇଯାଇଥାଏ ଏବଂ ସକାଳୁ ଉଠିବା ବେଳକୁ ଫ୍ରେଶ୍ ଲାଗିବ।
ଶୋଇବା ପୂର୍ବରୁ ନିଜ ହାତରେ କିଛି ସମୟ ତ୍ୱଚାର ମସାଜ୍ କରନ୍ତୁ। ଫଳରେ ରକ୍ତ ସଞ୍ଚାଳନ ଠିକ୍ ରହିବ ଏବଂ ତ୍ୱଚାର ଚମକ ବୃଦ୍ଧି ହେବ।