ସୁନ୍ଦରଗଡରେ ନାଇଟ କର୍ଫ୍ୟୁ ଜାରି

ସୁନ୍ଦରଗଡ଼,୬।୪: ସୁନ୍ଦରଗଡ ଜିଲାରେ ସୋମବାର ରାତି ୧୦ ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ହୋଇଛି। ଛତିଶଗଡ଼ ଓ ଝାଡ଼ଖଣ୍ଡ ସୀମାନ୍ତକୁ ଲାଗିଥିବା ଏହି ଜିଲାରେ ପୋଲିସ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି। ସୁନ୍ଦରଗଡ଼ ସୀମା ତଥା ସୁନ୍ଦରଗଡ଼, ରାଉରକେଲାର ବିଭିନ୍ନ ସ୍ଥାନରେ ପୋଲିସ ଗାଡ଼ିମୋଟର ଯାଞ୍ଚ କରୁଛିି। ରାସ୍ତାଘାଟ ଶୂନଶାନ ହୋଇପଡିଛି।