ନାଇଟ୍‌ କର୍ଫ୍ୟୁ ଗାଇଡ୍‌ଲାଇନ୍‌ରେ ସଂଶୋଧନ; ଜାଣନ୍ତୁ କାହାକୁ ମିଳିଲା ଅନୁମତି

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଜିରୋ ନାଇଟ୍‌, ନୂଆବର୍ଷ ପାଇଁ ଜାରି ହୋଇଥିବା ନାଇଟ୍‌ କଫ୍ୟୁ ଗାଇଡ୍‌ଲାଇନ୍‌ରେ ସଂଶୋଧନ କରାଯାଇଛି। ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଏହି ସମୟରେ ଜରୁରୀ ସେବା ଅଧିକାରୀଙ୍କ ଅନୁମତି ମିଳିବ ବୋଲି କୁହାଯାଇଛି।

ତେବେ ସଂଶୋଧିତ ନିୟମ ଅନୁଯାୟୀ, ସରକାରୀ କର୍ମଚାରୀ, ଡାକ୍ତର, ପୋଲିସକୁ କଫ୍ୟୁ ସମୟରେ ଅନୁମତି ମିଳିବ। ବିଦ୍ୟୁତ କର୍ମଚାରୀ, ଅଗ୍ନିଶମ ଓ ଟେଲିକମ କର୍ମଚାରୀଙ୍କୁ ମଧ୍ୟ ଅନୁମତି ମିଳିବ। ଗଣମାଧ୍ୟମ କର୍ମଚାରୀ ନିଜ ପରିଚୟପତ୍ର ଦେଖାଇ ଯାଇପାରିବେ। କୋଭିଡ ଟେଷ୍ଟିଂ ଓ ଟିକାକରଣ କେନ୍ଦ୍ର ଉପରେ ରହିବନି କଟକଣା। କର୍ଫ୍ୟୁ ସମୟରେ ଶିଳ୍ପାନୁଷ୍ଠାନ ଓ ନିର୍ମାଣ କାର୍ଯ୍ୟକୁ ଅନୁମତି ମିଳିବ। ଜାତୀୟ ରାଜପଥ କଡ ଢାବା ଓ ରେଷ୍ଟୁରାଣ୍ଟକୁ ଟେକ୍‌ ଆୱେ ପାଇଁ ଅନୁମତି ମିଳିବ। ଖାଦ୍ୟ ସାମଗ୍ରୀର ହୋମଡେଲିଭରୀକୁ ଅନୁମତି ମିଳିବ ବୋଲି କୁହାଯାଇଛି।

Share