ନବରଙ୍ଗପୁର,୨୮।୩(ବି.ପ୍ର.): କରୋନା ସଂକ୍ରମଣର ଦ୍ୱିତୀୟ ଲହର ବ୍ୟାପିବା ଆଶଙ୍କା କରି ଗତ ୨୫ତାରିଖରୁ ନବରଙ୍ଗପୁର ଜିଲାରେ ନାଇଟ କର୍ଫ୍ୟୁ ଜାରି ହୋଇଥିଲା। ଏହା ସହ ଜିଲା ପ୍ରଶାସନ କିଛି କଟକଣା ମଧ୍ୟ ଲାଗୁ କରିଥିଲେ। ମାତ୍ର ନବରଙ୍ଗପୁରରେ କରୋନା ପଜିଟିଭଙ୍କ ସଂଖ୍ୟା କମି ଥିବାରୁ ନାଇଟ କର୍ଫ୍ୟୁ ସହ ସମସ୍ତ କଟକଣାକୁ ହଟାଇ ଦିଆଯାଇଛି। ଏ ନେଇ ଜିଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ଏକ ବିଜ୍ଞପ୍ତିରେ ପ୍ରକାଶ ପାଇଛି। ଗତ ୨୫ ତାରିଖରୁ ଜିଲାରେ ରାତିି ୮ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ହୋଇଥିଲା।