ଏହି ଜିଲାକୁ ଫେରିଲା ନାଇଟ୍‌ କର୍ଫ୍ୟୁ

ନବରଙ୍ଗପୁର,୨୪।୩: ମାଲକାନଗିରି ଜିଲା ପରେ ରାଜ୍ୟର ନବରଙ୍ଗପୁରର ଜିଲାରେ ଗୁରୁବାରଠାରୁ ନାଇଟ କର୍ଫ୍ୟୁ ଲାଗୁ କରାଯିବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ଏପରି କି ସର୍ବସାଧାରଣ ସ୍ଥାନରେ ୫ଜଣରୁ ଅଧିକ ଲୋକ ଏକାଠି ହେବାକୁ ମନା କରାଯାଇଛି। ଜରୁରୀ ନ ଥିବା ସେମିନାର, ୱାର୍କଶପ ଏବଂ କନ୍‌ଫରେନ୍ସକୁ ବାତିଲ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଧାର୍ମିକ କାର୍ଯ୍ୟକ୍ରମ, ବାହାଘର ରିସେପଶନ, ବରଯାତ୍ରୀଙ୍କ ଶୋଭାଯାତ୍ରାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। ରାଜନୈତିକ ଶୋଭାଯାତ୍ରା, ଅପେରା ଓ ଆନ୍ଦୋଳନ ଉପରେ କଟକଣା ଲଗାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୋଭିଡ୍‌ କଟକଣା ଜାରି ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ମାଲକାନଗିରି ଜିଲାରେ ମାର୍ଚ୍ଚ ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ନାଇଟ୍‌ କଫ୍ୟୁ ଜାରି କରାଯାଇଛି।

Share