ରାଜ୍ୟରେ ଆହୁରି କଡ଼ାକଡ଼ି ହେବ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର,୭।୪(ବ୍ୟୁରୋ): ରାଜ୍ୟରେ ନାଇଟ୍‌ କର୍ଫ୍ୟୁ ଆହୁରି କଡ଼ାକଡ଼ି ହେବ। ବର୍ତ୍ତମାନ ୧୦ଟି ଜିଲାରେ ରାତି ୧୦ରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ କରାଯାଉଛି। ଏନେଇ ଜିଲାପାଳ ଏବଂ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବୁଧବାର ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ମଙ୍ଗଳବାର ମୁଖ୍ୟମନ୍ତ୍ରୀ କରୋନା ସ୍ଥିତି ସମୀକ୍ଷା କରିବା ପରେ ଆଜି ଉନ୍ନୟନ କମିଶନର ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଗସ୍ତ କରିଛନ୍ତି। ସୀମାବର୍ତ୍ତୀ ଜିଲାର ଲୋକ ଛତିଶଗଡ଼ରୁ ଆସୁଥିବାରୁ ଏହା ପ୍ରତି ଧ୍ୟାନ ଦିଆଯାଉଛି। କରୋନା ସଂକ୍ରମଣ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଉଛି ବୋଲି ସେ କହିଛନ୍ତି।

Share