ଦାରିଙ୍ଗବାଡ଼ି,୨୦ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳର ନିହାର ରଞ୍ଜନ ସାହୁ ମୋବାଇଲରେ ଡିଜିଟାଲ ଆର୍ଟ ମାଧ୍ୟମରେ ଅନେକ ଫଟୋ ଆଙ୍କି ସାରା ଜିଲା ତଥା ରାଜ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିଥିବା ବେଳେ ପଖାଳ ଦିବସରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପଖାଳ ଚିତ୍ର ପ୍ରସ୍ତୁତ କରି ଅଞ୍ଚଳରେ ବହୁ ପ୍ରଶଂସା ପାଇଛନ୍ତି। ସେ ପଖାଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ଜଗତରନାଥ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ପ୍ରିୟ ଖାଦ୍ୟ ପଖାଳ ସମ୍ପର୍କରେ ବର୍ଣ୍ଣନା କରି କହିଛନ୍ତି ଯେ, ମହାପ୍ରଭୁଙ୍କ ପାଖରେ ସନ୍ଧ୍ୟା ଧୂପ ଏବଂ ବଡ଼ସିଂହାର ଭୋଗରେ ଲାଗି ହେଉଥିବା ବିଭିନ୍ନ ପଖାଳ ଘିଅ ପଖାଳ, ଟଣା ପଖାଳ, ଦହି ପଖାଳ, ଚିପୁଡା ପଖାଳ, ମଲ୍ଲିଫୁଲିଆ ପଖାଳ, ମିଠା ପଖାଳ, ସୁବାସ ପଖାଳ ଆଦି ଲାଗି ହୋଇଥାଏ। ତେଣୁ ଆଜିର ଦିନରେ ସେ ଏହି ଡିଜିଟାଲ ମାଧ୍ୟମରେ ଶ୍ରୀ ଜଗନ୍ନାଥଙ୍କ ପଖାଳ ଭୋଗଲାଗି ଚିତ୍ର କରିଥିବା କହିଛନ୍ତି।