ଡିଜିଟାଲ ଆର୍ଟ କରି ଅଞ୍ଚଳରେ ପ୍ରଶଂସା ସାଉଁଟୁଛନ୍ତି ନିହାର

ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବଜାରର ନିହାର ରଞ୍ଜନ ସାହୁ ନିଜ ମୋବାଇଲରେ ଡିଜିଟାଲ ଆର୍ଟ କରି ଏବେ ଦାରିଙ୍ଗବାଡ଼ି ସମେତ ବିଭିନ୍ନ ସ୍ଥାନରେ ପରିଚୟ ସୃଷ୍ଟି କରିଛନ୍ତି। ପଲିଟେକ୍ନିକାଲରେ ଡିପ୍ଲୋମା କରିବା ପରେ ସେ ରାଜ୍ୟ ବାହାରେ କାର୍ଯ୍ୟ କରୁଥିଲେ। ଏବେ ସେ ଚାକିରି ଛାଡ଼ି ଡିଜିଟାଲ ଆର୍ଟ ମାଧ୍ୟମରେ ରୋଜଗାର କରିବା ସହ ଅନ୍ୟକୁ ମଧ୍ୟ ଏହି ଆର୍ଟ ଶିଖାଇବାକୁ ଯୋଜନା କରିଛନ୍ତି। ଦାରିଙ୍ଗବାଡ଼ିର ବିଶିଷ୍ଠ ବ୍ୟବସାୟୀ ବଳରାମ ସାହୁଙ୍କ ପୁଅ ନିହାରଙ୍କୁ ନେଇ ଅଞ୍ଚଳରେ ବହୁତ ଚର୍ଚ୍ଚା ଚାଲିଛି। ଆଜିକାଲି ଯୁବଗୋଷ୍ଠୀ ସ୍ମାର୍ଟ ମୋବାଇଲ ବ୍ୟବହାର କରି ଅନେକ ବିଭିନ୍ନ ଡିଜିଟାଲ ଗେମ୍‌ ଖେଳି ସମୟ ଅତିବାହିତ କରୁଥିବା ବେଳେ ନିହାର ଏହି ମୋବାଇଲରୁ ଅନ୍ୟ କିଛି କରି ଯୁବପିଢ଼ିଙ୍କ ପାଇଁ ରୋଲମଡେଲ ସାଜିଛନ୍ତି। ଡିଜିଟାଲ ଆର୍ଟରେ ବିଶେଷକରି ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ରକୁ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ସେ ବିଭିନ୍ନ ଚିତ୍ର ବିଶେଷ କରି ବଲିଉଡ୍‌ ଫିଲ୍ମ୍‌ ‘ପୁଷ୍କରା’ର ପୋଷ୍ଟର କରିଥିବାରୁ ଫିଲ୍ମ ନାୟକ ସବ୍ୟସାଚୀ ତାଙ୍କ ପୋଷ୍ଟରେ ନିହାରଙ୍କୁ ପ୍ରଶଂସା କରିଛନ୍ତି। ସେହିପରି ଇକୋ ରିଟ୍ରିଟ୍‌ଠାରୁ ଆରମ୍ଭ କରି ସୂର୍ଯ୍ୟୋଦୟ, ସୂର୍ଯ୍ୟାସ୍ତ, ପ୍ରାଣୀମାନଙ୍କ ଚିତ୍ର ଆଙ୍କି ବେଶ୍‌ ପ୍ରଶଂସା ସାଉଁଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ମୁଖା ତଳେ ଛପିଥିଲା ସଇତାନ ଚେହେରା: ଶୁଭମିତ୍ରା ହତ୍ୟାକାରୀ ଦୀପକଙ୍କ ଗୁମର ଫିଟୁଛି

ଭୁବନେଶ୍ୱର,୧୯ା୯(ସତ୍ୟଜିତ୍‌ ରାଉତ):ଟ୍ରାଫିକ୍‌ କନ୍‌ଷ୍ଟେବଲ ଶୁଭମିତ୍ରା ସାହୁଙ୍କ ହତ୍ୟା ଘଟଣାରେ ଗୋଟିଏ ପରେ ଗୋଟିଏ ରହସ୍ୟ ପଦାକୁ ଆସିବାରେ ଲାଗିଛି। ଶୁଭମିତ୍ରାଙ୍କ ହତ୍ୟାକାରୀ କନ୍‌ଷ୍ଟେବଲ ସ୍ବାମୀ ଦୀପକ...

ବିଜେଡି ତଣ୍ଟିରେ ଅନାସ୍ଥା କଣ୍ଟା: ଆଇଏଏସ୍‌ଙ୍କ ପରେ ଜଣେ ଓଏଏସ୍‌ ଅଫିସରଙ୍କୁ ଭେଟିବାକୁ ଧାଉଁଛନ୍ତି

ଭୁବନେଶ୍ୱର,୧୯ା୯(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ପ୍ରସଙ୍ଗକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଅଣାଯାଇଛି। ଚଳିତ ଅଧିବେଶନରେ ଅନାସ୍ଥା ଆଣିବ ବୋଲି କଂଗ୍ରେସ ପକ୍ଷରୁ...

ନିଯୁକ୍ତି ଠକେଇ ଅଭିଯୋଗରେ SSB କନେଷ୍ଟବଳ ଗିରଫ

ଭୁବନେଶ୍ୱର,୧୯/୯: ଟ୍ୱିନ ସିଟି କମିଶନରେଟ ପୋଲିସ ଏକ ନିଯୁକ୍ତି ଠକେଇ ମାମଲାରେ ସଶସ୍ତ୍ର ସୀମା ବଳ (SSB) କନେଷ୍ଟବଳ ପତିତପାବନ ପତି (୪୦) ଓ ତାଙ୍କର...

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର...

ମହାନଦୀରେ ଏକାଧିକ ବ୍ୟାରେଜ, ଚେକଡ୍ୟାମ କରିବେ ଓଡିଶା ସରକାର

ଭୁବନେଶ୍ୱର,୧୯/୯: ଓଡ଼ିଶା ସରକାର ମହାନଦୀର ତଳମୁହାଁ ଅଞ୍ଚଳରେ ପାନୀୟ ଜଳ ଓ ଜଳସେଚନ ସୁବିଧା ଯୋଗାଇବା ପାଇଁ ୧୭ଟି ଚେକଡ୍ୟାମ, ୧୫ଟି ଇନଷ୍ଟ୍ରିମ ଷ୍ଟୋରେଜ ଷ୍ଟ୍ରକଚର...

ସୁପର-୪’ରେ ସ୍ଥାନ ପକ୍କା କଲେ ଶ୍ରୀଲଙ୍କା, ବାଂଲାଦେଶ

ଆବୁଧାବି,୧୮ା୯: ନୁଓ୍ବାନ ଥୁସାରାଙ୍କ ଘାତକ ବୋଲିଂ ଓ ପରେ କୁସାଲ ମେଣ୍ଡିସଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଚଳିତ ଏସିଆ କପ୍‌ରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌-ବି’ର ଅନ୍ତିମ...

ବଲାଙ୍ଗିରରେ ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଟ୍ରକ ଜବତ, ଦୁଇ ଅଭିଯୁକ୍ତ ଅଟକ

ବଲାଙ୍ଗିର,୧୮ା୯: ବଲାଙ୍ଗିର ବନ ଖଣ୍ଡ ବିଭାଗ ପକ୍ଷରୁ ବିଜାଖମନ ଗାଁ ନିକଟରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର କେନ୍ଦୁକାଠ ବୋଝେଇ ଏକ ଟ୍ରକ (WB 25N...

ମା’ଠାରୁ ଅଲଗା ହୋଇ ହାତୀ ଛୁଆ ଆଖିରୁ ଝରୁଛି ଲୁହ, ପ୍ରଶଂସନୀୟ କାର୍ଯ୍ୟ କଲା ବନ ବିଭାଗ

ବୌଦ୍ଧ,୧୮ା୯: ମାତ୍ର ୧୫-୨୦ ଦିନର ଏକ ନିରୀହ ହାତୀଛୁଆ, ଯିଏ ଏବେ ମା’ର ଆଲିଙ୍ଗନରେ ପ୍ରକୃତିରେ ଖେଳୁଥାନ୍ତା, ସେ ପଲ୍ଲୀରୁ ବିଚ୍ଛିନ୍ନ ହୋଇ ବୌଦ୍ଧ ବନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image