ଭାରତ-ଜାପାନ ପାଣ୍ଠି ପାଇଁ ୬୦୦ ନିୟୁତ ଡଲାରର ଚୁକ୍ତି ସ୍ବାକ୍ଷର, ଜଳବାୟୁ, ପରିବେଶ ଦିଗରେ ହେବ କାର୍ଯ୍ୟ

ନୂଆଦିଲ୍ଲୀ/ଟୋକିଓ,୪।୧୦: ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ (ଏନ୍‌ଆଇଆଇଏଫ୍‌) ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ଜେବିଆଇସି) ସହିତ ୬୦୦ ମିଲିୟନ ଡଲାରର ଭାରତ-ଜାପାନ ଫଣ୍ଡ (ଆଇଜେଏଫ) ଲଞ୍ଚ୍‌ କରିବା ପାଇଁ ଜେବିଆଇସି ଏବଂ ଭାରତ ସରକାରଙ୍କ ଆଙ୍କର ନିବେଶକ ଭାବରେ ଚୁକ୍ତି ସ୍ବାକ୍ଷର ହୋଇଛି। ଏହି ମିଳିତ ପଦକ୍ଷେପ ଦୁଇ ଦେଶ ମଧ୍ୟରେ ସହଯୋଗର ଏକ ପ୍ରମୁଖ ଦିଗକୁ ସୂଚାଉଛି। ଯାହା ଜଳବାୟୁ ଏବଂ ପରିବେଶ ପ୍ରତି ଏକ ପ୍ରାଥମିକତା ଅଟେ । ଅର୍ଥ ମନ୍ତ୍ରଣାଳୟ ଏକ ବୟାନ ଜାରି କରି ସୂଚନାଦେଇଛନ୍ତି। ଏହି ଘୋଷଣା ଏନ୍‌ଆଇଆଇଏଫ୍‌ର ପ୍ରଥମ ଦ୍ୱିପାକ୍ଷିକ ପାଣ୍ଠିକୁ ଚିହ୍ନିତ କରୁଛି, ଯେଉଁଥିରେ ଭାରତ ସରକାର ଧାର୍ଯ୍ୟ ପାଣ୍ଠିର ୪୯% ଏବଂ ଅବଶିଷ୍ଟ ୫୧% ଜେବିଆଇସି ଦ୍ୱାରା ଯୋଗଦାନ ଦିଆଯାଇଛି।

Share