‘ନିଜ୍ଜର କୌଣସି ସାଧୁ ନୁହଁନ୍ତି’, ଟ୍ରୁଡୋଙ୍କୁ ସମାଲୋଚନା କଲା କନାଡାର ଗଣମାଧ୍ୟମ

ଅଟାଓ୍ବା,୨୪।୯: ଖଲିସ୍ତାନୀ ଆତଙ୍କବାଦୀ ହାର୍ଦ୍ଦିକ ସିଂ ନିଜ୍ଜରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ନେଇ କାନାଡାର ଅଭିଯୋଗ ପରେ କାନାଡା ଓ ଭାରତ ମୁହାଁମୁହିଁ ହୋଇଛନ୍ତି। ଉଭୟ ଦେଶ ମଧ୍ୟରେ କୂଟନୈତିକ ଯୁଦ୍ଧ ଆରମ୍ଭ ହୋଇଛି। କିନ୍ତୁ କାନାଡାର ଗଣମାଧ୍ୟମ ଏହି ପ୍ରସଙ୍ଗରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛି।

ଭାରତ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ନିଜାରଙ୍କ ହତ୍ୟାରେ ଭାରତକୁ ଦାୟୀ କରିବା ଦାୟିତ୍ୱହୀନ ବୋଲି କାନାଡା ଗଣମାଧ୍ୟମ ଟ୍ରୁଡୋଙ୍କୁ ପ୍ରଶ୍ନ କରିଛି। କାନାଡାର ଗଣମାଧ୍ୟମ ଏନେଇ କହିଛି, ଦେଶରେ ଦ୍ରୁତ ଗତିରେ ନିଜର ଲୋକପ୍ରିୟତା ହରାଇବା ଭିତରେ ଟ୍ରୁଡୋ ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଯଦି ସେ ଏହାକୁ ଠିକ ପ୍ରମାଣ କରିପାରୁ ନାହାଁନ୍ତି, ତେବେ ଦେଶରେ ଓ ବିଶ୍ୱ ସ୍ତରରେ ଦେଶର ସମ୍ମାନ ହାନି ହେବ।

କାନାଡାର ଅଗ୍ରଣୀ ଖବରକାଗଜ ନ୍ୟାଶନାଲ ପୋଷ୍ଟ ଏହାର ସମ୍ପାଦକୀୟରେ ଲେଖିଛି ଯେ, ଟ୍ରୁଡୋ ଏପର୍ଯ୍ୟନ୍ତ ପ୍ରମାଣ ଦେଇ ପାରି ନାହାନ୍ତି। ସେ କାନାଡାବାସୀଙ୍କୁ ଅଭିଯୋଗର କୌଣସି ପ୍ରମାଣ ଦେଖାଇବାରେ ବିଫଳ ହୋଇଛନ୍ତି। ଟରୋଣ୍ଟୋ ସନ ଖବରକାଗଜରେ କୁହାଯାଇଛି, ନିଜାର କୌଣସି ସାଧୁ ନୁହଁନ୍ତି। ଯଦି ସେ ଜଣେ ଆତଙ୍କବାଦୀ ଯାହାକୁ ନେଇ ଭାରତ ସରକାର ଦାବି କରୁଛନ୍ତି, ତେବେ କୋର୍ଟ ତାହା ସ୍ଥିର କରିବେ।

Share