Categories: ଖେଳ

ସ୍ବର୍ଣ୍ଣ ଜିତିଲେ ନିଖତ

ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିନରେ ନିଖତ ଜରିନ ଭାରତ ପାଇଁ ଆଉ ଏକ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବକ୍ସିଂର ଲାଇଟ ଫ୍ଲାଏଓ୍ବେଟ୍‌ ବର୍ଗର ଫାଇନାଲରେ ସେ ଉତ୍ତର ଆୟର୍ଲାଣ୍ଡର କାର୍ଲେ ମ୍ୟାକନାଉଲଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ଏହା ହେଉଛି ୪୮ ତମ ପଦକ। ବକ୍ସିଂରେ ଏହା ହେଉଛି ତୃତୀୟ ସ୍ବର୍ଣ୍ଣ ପଦକ। ନିଖତ ପ୍ରଥମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଦେଶ ପାଇଁ ପଦକ ଜିତିଛନ୍ତି। ତାଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସେ ଭାରତ ପାଇଁ ଗର୍ବ ବୋଲି ପ୍ରଧାନ୍ତdନ୍ତ୍ରୀ ତାଙ୍କ ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଭାରତ ଏପର୍ଯ୍ୟନ୍ତ ୧୭ଟି ସ୍ବର୍ଣ୍ଣ ପଦକ ଜିତିଛି। ପଦକ ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଛି। ଭାରତ ୧୭ଟି ସ୍ବର୍ଣ୍ଣ ସହିତ ୧୨ଟି ରୌପ୍ୟ ଏବଂ ୧୯ଟି ବ୍ରୋଞ୍ଜ ସହିତ ମୋଟ ୪୮ଟି ପଦକ ଜିତିଛି।

Share