ଲେଖକ ନିଖିଲ ସଚାନଙ୍କ ହିନ୍ଦୀ ଉପନ୍ୟାସ ୟୁପି ୬୫ଉପରେ ନିର୍ମାଣ ହେଉଛି ଓ୍ବେବ ସିରିଜ

ମୁମ୍ବାଇ: ଲେଖକ ନିଖିଲ ସଚାନଙ୍କ ହିନ୍ଦୀ ଉପନ୍ୟାସ ୟୁପି ୬୫ ଉପରେ ଏକ ଓ୍ବେବ ସିରିଜ ନିର୍ମାଣ ହେବାକୁ ଯାଇଛି। ନିଖିଲ ସ୍କ୍ରିନ ପାଇଁ କାହାଣୀ ଲେଖିଛନ୍ତି ଆଉ ଏବେ ଏହା ଓଟିଟି ମାଧ୍ୟମରେ ଦର୍ଶକଙ୍କ ପାଖରେ ପହଞ୍ଚିବ।
ବନାରସ ସହର ଉପରେ ଆଧାରିତ ୟୁପି ୬୫ ଦର୍ଶକଙ୍କୁ ଛାତ୍ର ଜୀବନର ଦ୍ୱିତୀୟ ଭାଗରେ ଏକ ହୃଦୟକୁ ଛୁଇଁବା ଭଳି ଯାତ୍ରାକୁ ନେଇଯିବ।

ନିଜ ଉତ୍ସାହକୁ ଶେୟାର କରି ନିଖିଲ କହିଛନ୍ତି, ସ୍କ୍ରିନ ଆଡପ୍ଟେସନ ସହିତ ୟୁପି ୬୫ ବହୁତ ଅଧିକ ଦର୍ଶକଙ୍କ ପାଖରେ ପହଞ୍ଚିବ ବୋଲି ମୁଁ ବହୁତ ଖୁସି। ଆଶାକରେ ଏହି ପୁସ୍ତକଟି ଯେତିକି ଭଲପାଇବା ପାଇଥିଲା ଶୋ’ ମଧ ସେତିକି ଭଲପାଇବା ପାଇବ। ମୁଁ ନିଶ୍ଚିତ ଯେ ଏହି ଶୋ ଆମ ସମସ୍ତଙ୍କୁ ଆମ କଲେଜ ଦିନକୁ ଫେରାଇ ଆଣିବ ଏବଂ ଆମ ଜୀବନର ସର୍ବୋତ୍ତମ ଦିନଗୁଡ଼ିକୁ ମନେ ପକାଇବ।
କାହାଣୀ ଛାତ୍ର ଜୀବନର ଲୁକ୍କାୟିତ ଦିଗଗୁଡିକୁ ପ୍ରକାଶ କରିଥାଏ, ଅନନ୍ତ ବନ୍ଧୁତା, ମିଠା ରୋମାନ୍ସ (ଏବଂ ବ୍ରେକଅପ), ଦୈନନ୍ଦିନ ଜୀବନର ମଜାଦାର ଓ ଏକ ଭଲ ମିଶ୍ରଣ ପ୍ରଦାନ କରେ।
ଜ୍ୟୋତି ଦେଶପାଣ୍ଡେ, ଆକାଶ ଚାୱଲା ଏବଂ ଅରୁଣାଭ ଜୟ ସେନଗୁପ୍ତା (ଫ୍ରେସ ଲାଇମ ଫିଲ୍ମସ) ଦ୍ୱାରା ନିର୍ମିତ ଜିଓ ଷ୍ଟୁଡିଓ ଦ୍ୱାରା ଏହି ଧାରାବାହିକ ଉପସ୍ଥାପିତ ହୋଇଛି ଏବଂ ଗଗନଜିତ ସିଂଙ୍କ ଦ୍ୱାରା ନିର୍ମିତ ହୋଇଛି।

Share