ନୂଆଦିଲ୍ଲୀ,୧୮।୨: ରାଜଧାନୀ ଦିଲ୍ଲୀରେ ନିକି ଯାଦବଙ୍କ ହତ୍ୟା ମାମଲାର ତଦନ୍ତ ଚାଲିଛି। ତେବେ ଏହି ମାମଲାରେ ଶନିବାର ଦିଲ୍ଲୀ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ସାହିଲ ଗେହଲୋଟଙ୍କ ବାପା ବିରେନ୍ଦ୍ର ସିଂ, ଭାଇ ଆଶିଷ ଏବଂ ନବୀନ, ବନ୍ଧୁ ଲୋକେଶ ଏବଂ ଅମରଙ୍କୁ ନିକିଙ୍କୁ ହତ୍ୟା କରିବାରେ ସହଯୋଗ କରିଥିବା ଅଭିଯୋଗରେ ଗିରଫ କରିଛିି। ଉଲ୍ଲେଖଯୋଗ୍ୟ ଯେ, ନବୀନ ନୂଆଦିଲ୍ଲୀ ପୋଲିସର ଜଣେ କନଷ୍ଟେବଳ ବୋଲି ଜଣାପଡିଛି।
ସ୍ବତନ୍ତ୍ର ସିପି ରବିନ୍ଦର ଯାଦବ କହିଛନ୍ତି,ପୋଲିସ ହେପାଜତରେ ରିମାଣ୍ଡ ସମୟରେ ସାହିଲଙ୍କୁ ପଚରାଉଚରା କରାଯାଇଥିଲା। ନିକିଙ୍କୁ କିପରି ହତ୍ୟା କରିଥିଲେ ଏବଂ ହତ୍ୟାକାଣ୍ଡରେ କେଉଁମାନେ ସମ୍ପୃକ୍ତ ଥିବା ନେଇ ସାହିଲ ସବୁ କହିଥିଲେ। ଏହାପରେ ଘଟଣାରେ ସମ୍ପୃକ୍ତ ଥିବା
ସାହିଲଙ୍କ ବାପା, ଦୁଇ ଜ୍ୱାଇଁ, ଆଶିଷ ଏବଂ ନବୀନ ଏବଂ ଦୁଇ ବନ୍ଧୁ ଅମର ଏବଂ ଲୋକେଶଙ୍କୁ ପଚରାଉଚରା କରାଯାଇଥିଲା। ଏହାପରେ ଆଜି ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।