ଓ୍ବାଶିଂଟନ,୧୮।୧୧: ଆମେରିକାର ରାଷ୍ଟ୍ରପତି ପଦର ଦାବିଦାର ନିକ୍କି ହେଲି ଗର୍ଭଧାରଣର ୬ସପ୍ତାହ ପରେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବାକୁ ସମର୍ଥନ କରିଛନ୍ତି। ଏହା ଉପରେ ବାଇଡେନ-ହାରିସ ପ୍ରଚାର ଅଭିଯାନ ହେଲିଙ୍କୁ ଗର୍ଭପାତ ବିରୋଧୀ ଚରମପନ୍ଥୀ ବୋଲି କହିଛନ୍ତି।
ଶୁକ୍ରବାର ହେଲିଙ୍କୁ ପଚରାଯାଇଥିଲା, ଯଦି ଆପଣ ଦକ୍ଷିଣ କାରୋଲିନାର ରାଜ୍ୟପାଳ ଥିଲେ ଏବଂ ଏହା ଆପଣଙ୍କ ଆଗରେ ଆସିଥାନ୍ତା, ତେବେ ଆପଣ ହାର୍ଟ ବିଟ ବିଧେୟକ ଉପରେ ଦସ୍ତଖତ କରିବେ କି। ଏଥିପାଇଁ ହେଲି ହଁ କହିଥିଲେ। ସୂଚନାଯୋଗ୍ୟ, ଆମେରିକାରେ ୬ ସପ୍ତାହ ପରେ ଗର୍ଭପାତ ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଛି। ଏଥିପାଇଁ ଅଣାଯାଇଥିବା ବିଲକୁ ଫେଟଲ ହାର୍ଟବିଟ ବିଲ ମଧ୍ୟ କୁହାଯାଏ।