ଇସ୍ରାଏଲକୁ ପ୍ରଶ୍ନ କଲେ ନିକ୍କି ହେଲି

ଓ୍ବାଶିଂଟନ,୧୬।୧୦:  ଆମେରିକାରେ ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ନିକ୍କି ହେଲି ଗାଜାର ନିରୀହ ଲୋକଙ୍କ ଜୀବନକୁ ବିପଦରେ ପକାଇ ଥିବାରୁ ଇସଲାମ ଦେଶଗୁଡ଼ିକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ ଗାଜାର ନିରୀହ ନାଗରିକମାନେ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧର ଶିକାର ହେଉଛନ୍ତି, କିନ୍ତୁ ଇସଲାମୀୟ ଦେଶ ସେମାନଙ୍କ ପାଇଁ ବାଟ ନ ଖୋଲି ନିଜର ଅସଲ ଚେହେରା ଦେଖାଉଛନ୍ତି।

ଇସ୍ରାଏଲ ହାମାସ ଯୁଦ୍ଧରେ ନିକ୍କି ହେଲି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଇରାନର ଆଣବିକ ଚୁକ୍ତି ସମ୍ପର୍କରେ ଟାର୍ଗେଟ କରିଛନ୍ତି। ନିକ୍କି ଇରାନକୁ ହମାସ (ଇସ୍ରାଏଲ ହମାସ ଯୁଦ୍ଧ) ଏବଂ ହିଜବୁଲଙ୍କୁ ମଜବୁତ କରିଥିବା ଅଭିଯୋଗ କରିଛନ୍ତି।
ନିକି କହିଛନ୍ତି ଯେ ଆମେ ପାଲେଷ୍ଟାଇନ ନାଗରିକ, ବିଶେଷ କରି ନିରୀହ ଲୋକଙ୍କ ବିଷୟରେ ଚିନ୍ତା କରିବା ଉଚିତ, କାରଣ ସେମାନେ ଏହାକୁ ବାଛି ନାହାଁନ୍ତି, କିନ୍ତୁ ଆରବ ଦେଶଗୁଡିକ କେଉଁଠାରେ ଅଛନ୍ତି। କତାର କେଉଁଠାରେ ଅଛି। ଲୋବାନନ, ଜୋର୍ଡାନ, ମିଶର କେଉଁଠାରେ ଅଛନ୍ତି ବୋଳଇ ସେ ପ୍ରଶ୍ନ କରିଛନ୍ତି। ହେଲି ଆହୁରି କହିଛନ୍ତି,
ଆପଣ ଜାଣନ୍ତି କି ଆମେ ମିଶରକୁ ବର୍ଷକୁ ଏକ ବିଲିୟନ ଡଲାରରୁ ଅଧିକ ଦେଇଥାଉ। ସେମାନେ କାହିଁକି ପାଲେଷ୍ଟାଇନୀୟମାନଙ୍କ ପାଇଁ ଦ୍ୱାର ଖୋଲୁ ନାହାଁନ୍ତି। ଆପଣ କାହିଁକି ନିରୀହ ଲୋକଙ୍କୁ ସୁରକ୍ଷା ଦେଉ ନାହାଁନ୍ତି ବୋଲି ବି ସେ ପ୍ରଶ୍ନ କରିଛନ୍ତି।

Share