ପ୍ରେମିକଙ୍କ ପାଇଁ କଲେଜ ଯିବା ବନ୍ଦ ହୋଇଯାଇଥିଲା, ଘରଲୋକଙ୍କ ଚାପ ସତ୍ତ୍ୱେ ଅଭିନେତ୍ରୀ ଏବେ ବି…

ବମ୍ବେ: ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ନିକି ତମ୍ବୋଲିଙ୍କୁ କିଏ ବା ନ ଜାଣେ। ବିଗ୍‌ ବସ୍‌-୧୪ରେ ଭାଗ ନେବା ପରଠାରୁ ଦିନକୁ ଦିନ ତାଙ୍କର ଚାହିଦା ବଢ଼ି ବଢ଼ି ଚାଲିଛି। ଶୋ’ ପରେ ସେ ଖତରୋ କେ ଖିଲାଡ଼ି’ରେ ନଜର ଆସିଥିଲେ। ଏବେ ସେ ଟେଲିଭିଜନ ଜଗତର ବଡ଼ ନାମ।

କର୍ମମୟ ଜୀବନ କଥା ସିନା ଜାଣନ୍ତି ହେଲେ ବ୍ୟକ୍ତିଗତ ଜୀବନରେ ସେ ସିଙ୍ଗିଲ୍‌ ନା ମିଙ୍ଗିଲ୍‌ ତାହା ଅଜଣା ଥିଲା। ହେଲେ ଏବେ ସାକ୍ଷାତକାରରେ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କିଛି କହିଛନ୍ତି ନିକି। ସେ କଲେଜ ସମୟର ଜଣେ ପୁଅଙ୍କ ସହ ସମ୍ପର୍କରେ ଅଛନ୍ତି। କଲେଜ ସମୟରେ ନିକିଙ୍କୁ ସେ ବହୁତ ପସନ୍ଦ କରୁଥିଲେ। ହେଲେ ପ୍ରେମିକଙ୍କ ବିଷୟରେ ଘରଲୋକ ଜାଣି ନେଇଥିଲେ। ଏହାକୁ ନେଇ ସେମାନେ ନିକିଙ୍କ କଲେଜ ଯିବା ବନ୍ଦ କରିଦେଇଥିଲେ। ଏତେ ସବୁ ହେବା ପରେ ବି ସେ ତାଙ୍କ ସହ ବ୍ରେକଅପ୍‌ କରି ନ ଥିବା ନିକି କହିଛନ୍ତି।

Share