Categories: ଖେଳ

ସନ୍ତାନର ଜନକ ହେଲେ ଓ୍ବିଲେନ

କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ରେ ଜର୍ମାନୀ-ବେଲ୍‌ଜିୟମ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଏକଦା ପଛୁଆ ସ୍ଥିତିରେ ରହି ଜର୍ମାନୀ ସଫଳ ପ୍ରତ୍ୟାବର୍ତ୍ତନ କରିଥିବାବେଳେ ପରେ ବେଲ୍‌ଜିୟମ ମ୍ୟାଚକୁ ବରାବର ସ୍ଥିତିକୁ ଆଣିବାରେ ସକ୍ଷମ ହୋଇଥିଲା। ମ୍ୟାଚର ଏହି ଫଳାଫଳ ଜର୍ମାନୀର ୯ ନମ୍ବର ଖେଳାଳି ନିକ୍ଲାସ ଓ୍ବିଲେନଙ୍କ ପାଇଁ ଡବଲ ଖୁସି ଆଣିଛି। କାରଣ ମ୍ୟାଚ ଚାଲିଥିବା ବେଳେ ସେ ସନ୍ତାନର ଜନକ ହୋଇଛନ୍ତି। ପ୍ରଥମାର୍ଦ୍ଧ ଖେଳ ଶେଷ ହେବା ପରେ ବିରତି ସମୟରେ ଓ୍ବିଲେନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଥିଲା। ଦ୍ୱିତୀୟାର୍ଦ୍ଧରେ ସେ ଦୁଇଗୁଣା ଉତ୍ସାହର ସହିତ ଖେଳି ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ। ସେ ଜର୍ମାନୀ ଦଳ ପକ୍ଷରୁ ଗୋଲ ସ୍କୋରର ମଧ୍ୟ ଥିଲେ। ମ୍ୟାଚ୍‌ ପରେ ଅନୁଷ୍ଠିତ ମିକ୍ସ ଜୋନ୍‌କୁ ସେ ଆସି ନ ଥିଲେ। ଫୋନ୍‌ ଯୋଗେ ପରିବାରବର୍ଗଙ୍କ ସହିତ କଥା ହେବା ପାଇଁ ଏଫ୍‌ଆଇଏଚ୍‌ ପକ୍ଷରୁ ତାଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଥିଲା।

Share