Categories: ବାଣିଜ୍ୟ

ବଜାରରେ ନିକନର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୫।୮: ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ନିକନ)ର ନୂତନ ଉତ୍ପାଦ ‘ଜେଡ ୬ଆଇଆଇଆଇ’ର ଅନାବରଣ ଉତ୍ସବ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏପରି କି ନିକନର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ନୂତନ ମଡେଲର ମଧ୍ୟ ଆନୁଷ୍ଠାନିକ ବଜାର ପ୍ରବେଶ ହୋଇଯାଇଛି।
ସେହିଭଳି ନିକନ୍‌ ଇଣ୍ଡିଆ ଫୁଲ ଫ୍ରେମ୍‌ ମିରରଲେସ୍‌ କ୍ୟାମେରା ପୋର୍ଟଫୋଲିଓ ପ୍ରତି ପ୍ରତିବଦ୍ଧତାକୁ ସୁଦୃଢ଼ କରିଥାଏ; ଯାହା ଫଟୋଗ୍ରାଫି ସହିତ ଫଟୋଗ୍ରାଫିର କଳାକୁ ରିଡିଫାଇନ କରିଥାଏ। ଏପରିକି ବ୍ରାଣ୍ଡର ଜେଡ୯ ଏବଂ ଜେଡ୮ ମଡେଲଗୁଡ଼ିକର ବୈଶିଷ୍ଟ୍ୟଗୁଡ଼ିକୁ ଇନ-କ୍ୟାମେରା ‘ର’ ଏବଂ ଏନ-ଲଗ୍‌ ଭିଡିଓ ଏବଂ ଏକ୍ସପିଡ୍‌-୭ ପ୍ରୋସେସର ଦ୍ୱାରା ଉଚ୍ଚ-କାର୍ଯ୍ୟଦକ୍ଷତା ଏବଂ ଶିଳ୍ପ ଅଗ୍ରଣୀ ନିର୍ଦ୍ଦିଷ୍ଟତା ପ୍ରଦାନ କରିଥାଏ। ସେହିପରି ‘ଜେଡ ୬ ଆଇଆଇଆଇ’ର ବିଶ୍ୱର ସର୍ବପ୍ରଥମ ପାର୍ସିଆଲି ଷ୍ଟାକଡ୍‌ ସିଏମ୍‌ଓଏସ୍‌ ସେନସର୍‌ ଏବଂ ଏକ ଅଭୂତପୂର୍ବ କାର୍ଯ୍ୟଦକ୍ଷତା ପାଇଁ ଉନ୍ନତ ଅଟୋ ଫୋକସ ସାମର୍ଥ୍ୟ ସହିତ ସଜ୍ଜିତ ଏବଂ ଆଉଟ ପର୍‌ଫର୍ମ ପାଇଁ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି।
ଏ ସମ୍ପର୍କରେ ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ସଜନ୍‌ କୁମାର କହିଥିଲେ, ଆମେ ‘ଜେଡ୍‌ ୬ଆଇଆଇଆଇ’ର ବଜାର ପ୍ରବେଶ କରି ବେଶ୍‌ ଆନନ୍ଦିତ। ଏହା ଏକ ଉଚ୍ଚ କାର୍ଯ୍ୟଦକ୍ଷତା ଫୁଲ୍‌ ଫ୍ରେମ୍‌ ମଧ୍ୟମ ସେଗମେଣ୍ଟ କ୍ୟାମେରା, ଯାହା ଜେଡ୍‌ ୮ ଏବଂ ଜେଡ୍‌ ୯ ମଡେଲରୁ ଇନହେରିଟସ୍‌ ନବୀକରଣ ଦ୍ୱାରା ଆଣିଛି। ‘ଜେଡ ୬ଆଇଆଇଆଇ’ର ଅତୁଳନୀୟ ବୈଶିଷ୍ଟ୍ୟ ଏବଂ ଅଦୃଶ୍ୟ କାର୍ଯ୍ୟଦକ୍ଷତା ବୃତ୍ତିଗତ ଏବଂ ଉତ୍ସାହୀମାନଙ୍କ ପାଇଁ ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କ୍ଷେତ୍ରକୁ ରିଡିଫାଇନ୍‌ କରିବାକୁ ପ୍ରସ୍ତୁତ ହୋଇଛି। ଏହି କମ୍ପାକ୍ଟ ସାଇଜ ପ୍ରଫେଶନାଲ କ୍ୟାମେରାରେ ଦୁନିଆର ସର୍ବପ୍ରଥମ ପାର୍ସିଆଲି ଷ୍ଟାକଡ୍‌ ସେନସର୍‌ ବୈଶିଷ୍ଟ୍ୟ ରହିଛି; ଯାହା ଏହାକୁ ଇମେଜିଂ ଟେକ୍ନୋଲୋଜି କ୍ଷେତ୍ରରେ ସର୍ବୋତ୍ତମ ଉଦ୍‌ଭାବନ ମଧ୍ୟରୁ ସ୍ଥାନିତ କରିଥାଏ। ଅତିରିକ୍ତ ଭାବେ ଆମେ ଶିଳ୍ପର ପ୍ରଥମ ଉଜ୍ଜ୍ୱଳ ଇଲେକ୍ଟ୍ରୋନିକ ଭ୍ୟୁ ଫାଇଣ୍ଡର (ଇଭିଏଫ) କୁ ୫.୭ ଏମ୍‌ର ରେଜୋଲ୍ୟୁଶନ ସହିତ ଉପସ୍ଥାପନ କରିଛୁ।

Share