Categories: ବାଣିଜ୍ୟ

ନିକନ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୯।୧୧: ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ବହୁ ପ୍ରତୀକ୍ଷିତ ତଥା ନୂତନ ଉତ୍ପାଦ ‘ନିକନ୍‌ ଜେଡ୍‌ ଏଫ୍‌’କୁ ନିକଟରେ ଉନ୍ମୋଚନ ସହ ଓଡ଼ିଶା ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ନିକନ୍‌ ଇଣ୍ଡିଆ ମିରର ଲେସ୍‌ କ୍ୟାମେରା ଲାଇନ ଅପରେ ଏହି ହାଇବ୍ରିଡ କ୍ୟାମେରା ଆଣିଛି, ଯାହା ଭିଡିଓଗ୍ରାଫି ଏବଂ ଫଟୋଗ୍ରାଫି କଳାକୁ ରୁଦ୍ଧିମନ୍ତ କରାଇବାକୁ ସକ୍ଷମ ହେବ। ଏପରିକି ଇମେଜିଙ୍ଗ ଲ୍ୟାଣ୍ଡସ୍କେପକୁ ବୈପ୍ଳବିକ କରିବା ପାଇଁ, ନିକନ୍‌ ଜେଡ୍‌ ଏଫ୍‌ ଏକ ଫୁଲ ଫ୍ରେମ ସେନ୍ସର, ଏକ୍ସପିଡ୍‌ ୭ ଇମେଜ ପ୍ରୋସେସିଂ ଇଞ୍ଜିନ ଏବଂ ଟପ-ଟାୟାର୍‌ ସ୍ପେସିଫିକେଶନ ସହିତ ସଜ୍ଜିତ ହୋଇଛି, ଯାହା ନିକନ୍‌ ମିରର ଲେସ୍‌ ଫ୍ଲାଗଶିପ ଉତ୍ପାଦ ନିକନ୍‌ ଜେଡ୍‌ ୯ ଏବଂ ଜେଡ୍‌ ୮ ସହିତ ସମତୁଲ୍ୟ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ଆଲୋକପାତ କରାଯାଇଛି। ଚଳିତ ବର୍ଷ ପାର୍ବଣର ଆନନ୍ଦ ଏବଂ ଏକତାକୁ ପାଳନ କରିବା ପାଇଁ ନିକନ୍‌ ଇଣ୍ଡିଆ ଦିୱାଲି ଅବସରରେ ‘ଦିୱାଲି କେ ପଲ୍‌, ନିକନ କେ ସଙ୍ଗ୍‌’ ନାମକ ଏକ ଇମର୍ସିଭ ଫେଷ୍ଟିଭାଲ ଅଭିଯାନ ଆରମ୍ଭ କରାଯାଇଛି। ନିକନ୍‌ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ସଜନ କୁମାର କହିଥିଲେ, ପୋଟ୍ରେଟ ଇମ୍ପ୍ରେସନ ବାଲାନ୍ସ, ସ୍କିନ୍‌ ସଫ୍ଟେନିଙ୍ଗ ଏବଂ ଆଡଭାନ୍ସ ଅଟୋ ଫୋକସ ପରି ଏଆଇ ଚାଳିତ ବୈଶିଷ୍ଟ୍ୟ ସହିତ ସଜ୍ଜିତ ଏହି କ୍ୟାମେରା ସବୁ ବର୍ଗଙ୍କ ପାଇଁ ବେଶ୍‌ ସହାୟକ ହେବ। ବିଶେଷ କରି ଏହାକୁ ବିବାହ ଏବଂ ବନ୍ୟଜନ୍ତୁ ଫଟୋଗ୍ରାଫି ପାଇଁ ସହଜ କରିଥାଏ। ଏପରିକି ନିକନ୍‌ ଜେଡ୍‌ ଏଫ୍‌ର ଉନ୍ମୋଚନ ସହିତ ଆମେ ଏକ ଶକ୍ତିଶାଳୀ ସାଧନ ଓଡ଼ିଶାରେ ଫଟୋଗ୍ରାଫରମାନଙ୍କୁ ଯୋଗାଇବାକୁ ଲକ୍ଷ୍ୟ ରଖିଛୁ, ଏହା ଏକ ପାରମ୍ପରିକ ବିବାହର ଜଟିଳ ବିବରଣୀ କିମ୍ବା ନିକଟସ୍ଥ ବନ୍ୟପ୍ରାଣୀ ଅଭୟାରଣ୍ୟର ସୌନ୍ଦର୍ଯ୍ୟକୁ କ୍ୟାପଚର କରିଥାଏ।

Share